ରେଳ ଦୁର୍ଘଟଣା: ଏମ୍ସରେ ଡିଏନଏ ଟେଷ୍ଟ ପାଇଁ ଖୋଲଯାଇଛି ସ୍ୱତନ୍ତ୍ର ଡେକ୍ସ
ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସରେ DNA ଟେଷ୍ଟିଂ ଜାରି। ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଚିହ୍ନଟ ପାଇଁ DNA ଟେଷ୍ଟିଂ ଜାରି ରହିଛି। କୌଣସି ମୃତଦେହ ଚିହ୍ନଟ ନେଇ ଦ୍ୱନ୍ଦ୍ୱ ଦେଖାଦେଲେ ମୃତଦେହର ଡିଏନଏ ଟେଷ୍ଟ କରାଯିବ । ଭୁବନେଶ୍ୱର ଏମ୍ସରେ ଡିଏନଏ ଟେଷ୍ଟ ପାଇଁ ସ୍ୱତନ୍ତ୍ର ଡେକ୍ସ ଖୋଲଯାଇଛି । ମୃତଦେହ ଚିହ୍ନଟ ହୋଇନପାରିଲେ ସମ୍ପର୍କୀୟଙ୍କ ଡିଏନଏ ପରୀକ୍ଷା କରାଯିବ । ମୃତଦେହର ଡିଏନଏ ସାମ୍ପୁଲ ସହ ମେଳ ଖାଇଲେ ମୃତଦେହ ହସ୍ତାନ୍ତର କରାଯିବ ।
ସେପଟେ ରେଲୱେ ପକ୍ଷରୁ ଜାରି ହେଲା ହେଲ୍ପ ଲାଇନ୍ ନମ୍ବର । ମୃତ ଏବଂ ଆହତଙ୍କ ପରିଚୟ ଠାବ ପାଇଁ ନମ୍ବର ଜାରି ହୋଇଛି । ଭାରତୀୟ ରେଳବାଇର ୧୩୯ ନମ୍ବରକୁ କଲ କରି ଜାଣି ହେବ ତଥ୍ୟ । ମୃତ ଏବଂ ଆହତଙ୍କ ପାଇଁ ବିଏମସି ପକ୍ଷରୁ ଏହି ହେଲ୍ପ ଲାଇନ ନମ୍ବର ଜାରି ହୋଇଛି । ୧୦ରୁ ଅଧିକ ପରିବାର ଟେଷ୍ଟି ପାଇଁ ନୁମନା ଦେଇଛନ୍ତି। ରିପୋର୍ଟ ଆସିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। AIIMS ୬୪ଟି ମୃତଦେହ ଚିହ୍ନଟ ଓ ହସ୍ତାନ୍ତର ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫୯ଟି ମୃତଦେହ ଚିହ୍ନଟ ହୋଇପାରିନାହିଁ। ଏଗୁଡ଼ିକର ସଂରକ୍ଷଣ ପାଇଁ ପାରାଦୀପରୁ ୫ଟି କଣ୍ଟେନର ଅଣାଯାଇଛି ।
ବାହାନଗା ରେଳ ଦୁର୍ଘଟଣାରେ ଏଯାଏ ୧୭୭ ମୃତଦେହ ଚିହ୍ନଟ ହୋଇଛି । ଆବଶ୍ୟକ ପ୍ରକ୍ରିୟା ପରେ ମୃତଦେହକୁ ହସ୍ତାନ୍ତର କରାଯାଉଛି । ମୃତଦେହକୁ ମାଗଣାରେ ଗାଡ଼ିରେ ଗନ୍ତବ୍ୟସ୍ଥଳକୁ ପଠାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଛି । ଯଥାସମ୍ଭବ କମ୍ ସମୟରେ ମୃତ୍ୟୁ ପ୍ରମାଣପତ୍ର ପଠାଇ ଦିଆଯିବ । ଏଯାଏ ୧୦୧ ମୃତଦେହ ଚିହ୍ନଟ ହୋଇ ନାହିଁ । ଚିହ୍ନଟ ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁର ବିଭିନ୍ନ ଡିଭିଜନ୍ ଓ ଜୋନାଲ୍ ମୁଖ୍ୟାଳୟକୁ ମୃତକଙ୍କ ଫଟୋ ପଠାଯାଇଛି । ଫଟୋରେ ଉଲ୍ଲେଖ ରହିଛି ସେମାନେ କେଉଁ ରଙ୍ଗର ପୋଷାକ ପିନ୍ଧିଥିଲେ । ଭୁବନେଶ୍ୱର ଏମ୍ସରେ ୧୨୩ ମୃତଦେହ ଆସିଥିଲା । ବର୍ତ୍ତମାନ ସୁଦ୍ଧା ୬୧ଟି ମରଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
Powered by Froala Editor