ସ୍ନାନଯାତ୍ରା ବେଳେ ଆଖିବୁଜିଲେ ଶ୍ରଦ୍ଧାଳୁ
ପୁରୀ: ପବିତ୍ର ସ୍ନାନଯାତ୍ରା ବେଳେ ଶ୍ରୀମନ୍ଦିରରେ ଘଟିଲା ଅଘଟଣ। ମନ୍ଦିର ବେଢାରେ ଅଣନିଶ୍ୱାସୀ ହୋଇ ଆଖିବୁଜିଲେ ଜଣେ ଶ୍ରଦ୍ଧାଳୁ। ଅନ୍ୟ ଦୁଇ ଶ୍ରଦ୍ଧାଳୁ ଗୁରୁତର ହୋଇଥିବା ସୂଚନା ମିଳିଛି।
ରବିବାର ସ୍ନାନଯାତ୍ରାରେ ମହାପ୍ରଭୁଙ୍କ ହାତୀ ବେଶ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିର ଓ ବଡ ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଛି। ଅନ୍ୟପଟେ ଅସହ୍ୟ ଗୁଳୁଗୁଳି ଓ ଗରମ ଭକ୍ତଙ୍କୁ କଲବଲ କରିଦେଇଛି। ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଆସିଥିଲେ ରାଜସ୍ଥାନର ପତ୍ନୀଙ୍କ ସହ ଆସିଲେ ଆମ୍ବୁଲାଲ ବୋଇ (୩୮)। ମାର୍କେଟ ଛକରୁ ଧାଡ଼ିରେ ଯାଇ ସ୍ନାନବେଦୀରେ ତିନି ଠାକୁରଙ୍କ ଦର୍ଶନ କରୁଥିଲେ। ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା। ମହାପ୍ରଭୁଙ୍କ ସାମ୍ନାରେ ଟଳି ପଡ଼ିଲେ ଆମ୍ବୁଲାଲ। ତାଙ୍କୁ ପ୍ରଥମେ ଉଦ୍ଧାର କରାଯାଇ ସିଂହଦ୍ୱାର ଆସୁ ଚିକିତ୍ସା କେନ୍ଦ୍ର ଅଣାଯାଇଥିଲା। ନିସ୍ତେଜ ଅବସ୍ଥାରେ ସେଠାରୁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସିଂହଦ୍ୱାର ଥାନା ପୁଲିସ ଡାକ୍ତରଖାନାରୁ ଶବ ଜବତ କରିଛି।
Powered by Froala Editor