ଟ୍ରେନ ଦୁର୍ଘଟଣା: ସମୀକ୍ଷା ବୈଠକ ଡାକିଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର : ବାହାନଗା ଟ୍ରେନ ଦୁର୍ଘଟଣା ଘଟଣା । ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ୟ୍ୟାଳୟରେ ସମୀକ୍ଷା ବୈଠକ ଡାକିଲେ ମୁଖ୍ୟ ଶାସନ ସଚିବ । ଦୁର୍ଘଟଣାର ପରବର୍ତ୍ତୀ ସ୍ଥିତି ନେଇ ଆଲୋଚନା ଚାଲିଛି ।
ଖବର ଅନୁଯାୟୀ, ଏସ୍ଆଇସିଙ୍କ କାର୍ୟ୍ୟାଳୟରେ ବସିଥିବା ଏହି ବୈଠକରେ ଉନ୍ନୟନ କମିଶନର, ପରିବହନ ସଚିବଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି । ଆହତଙ୍କ ଚିକିତ୍ସା ସହ ଘରକୁ ପଠାଇବା ବ୍ୟବସ୍ଥା । ମୃତଶରୀର ହସ୍ତାନ୍ତର ଭଳି ବିଭିନ୍ନ ଦିଗକୁ ନେଇ ଆଲୋଚନା ଚାଲିଥିବା ସୂଚନା । ଅନ୍ୟପଟେ ଏସଆରସିଙ୍କ କାର୍ୟ୍ୟାଳୟରେ ତାମିଲନାଡୁ କ୍ରୀଡା ମନ୍ତ୍ରୀ ଉଦୟନାଥ ଷ୍ଟାଲିନ ମଧ୍ୟ ପହଞ୍ଚିଛନ୍ତି । ତାଙ୍କ ସହ ଅଛନ୍ତି ତାମିଲନାଡୁର ଏକ ପ୍ରତିନିଧି ମଣ୍ଡଳୀ
Powered by Froala Editor