ବଡ଼ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ, ଜାଣନ୍ତୁ କ’ଣ?
ଭୁବନେଶ୍ୱର: ସାରା ବିଶ୍ୱର ଛାତି ଥରାଇ ଦେଇଛି କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା । ଏହି ଭିତରେ ଏକ ବଡ଼ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଯାହା ସାରା ରାଜ୍ୟବାସୀଙ୍କର ହୋସ ଉଡ଼ାଇଦେଇଛି । ରେଳମନ୍ତ୍ରୀଙ୍କ କହିବା ଅନୁଯାୟୀ, ଟ୍ରେନ୍ ଟ୍ରାଜେଡ଼ିର ତଦନ୍ତ ସରିଛି । ଏନେଇ ରେଲ୍ ସେପ୍ଟି କମିଶନ ଖୁବ୍ ଶୀଘ୍ର ରିପୋର୍ଟ ଦାଖଲ କରିବା ସହ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତି ମଧ୍ୟ ଚିହ୍ନଟ କରାଯାଇଛି । ଇଣ୍ଟରଲକିଂ ସିଷ୍ଟମରେ ସମସ୍ୟା ଥିବାରୁ ଏହି ବଡ଼ ଦୁର୍ଘଟଣା ଘଟିଯାଇଛି ।
ଅନ୍ୟପକ୍ଷରେ, ବାହାନଗା ରେଳ ଷ୍ଟେସନର ପୁନଃସ୍ଥାପନ କାର୍ୟ୍ୟ ଆରମ୍ଭ ହୋଇଛି । ଟ୍ରାକରୁ ୨୧ଟି ବଗିକୁ ହଟାଇ ଦିଆଯାଇଛି । ରାତି ସାରା ଉଦ୍ଧାର କାର୍ୟ୍ୟ ଜାରି ରଖି ଶେଷରେ ୨୧ଟି ବଗିକୁ ରେସକ୍ୟୁ ଟିମ୍ ଟ୍ରାକରୁ ହଟାଇଛନ୍ତି । ଆଗକୁ ମାଲବାହୀ ଟ୍ରେନ୍ର ୩ଟି ୱାଗନ୍ ଓ ଇଞ୍ଜିନକୁ ଟ୍ରାକ୍ରୁ ହଟାଯିବ । ଏବେ ଟ୍ରାକ୍ ମରାମତି କାର୍ୟ୍ୟ ଜାରି ରହିଥିବା ବେଳେ ବିଦ୍ୟୁତ୍ ମରାମତି କାର୍ୟ୍ୟ ମଧ୍ୟ ଚାଲୁରହିଛି । ଏଥିସହ ସାଇଟ୍ରେ ସଫେଇ କାର୍ୟ୍ୟ ମଧ୍ୟ ଜାରି ରହିଛି । ଟ୍ରାକରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ କରିବାକୁ ଯଥାସମ୍ଭବ ଉଦ୍ୟମ କରାଯାଉଛି ।
Powered by Froala Editor