ଏହି ନମ୍ବରକୁ ଫୋନ୍ କରି ମୃତଦେହ ରଖାଯାଇଥିବା ସ୍ଥାନ ଜାଣିପାରିବେ ସମ୍ପର୍କୀୟ

ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣାର ମୃତଦେହ ସଂପର୍କରେ ଜାଣିବାକୁ ବିଏମ୍ସି ପକ୍ଷରୁ ହେଲପ ଲାଇନ ଜାରି କରଯାଇଛି। ଭୁବନେଶ୍ୱରକୁ ଅଣାଯାଇଥିବା ୧୬୦ ମୃତଦେହ ସମ୍ପର୍କରେ ଜାଣିବାକୁ ବିଏମସି ପକ୍ଷରୁ ଏପରି ବ୍ୟବସ୍ଥା କରାଯାଇଛି। ବିଏମ୍ସି ପକ୍ଷରୁ ଜାରି କରାଯାଇଥିବା ହେଲପ ଲାଇନ ହେଲା ୧୯୨୯। ଏହି ନମ୍ବରକୁ ଫୋନ୍ କରି ସମ୍ପର୍କୀୟ ମୃତଦେହ ରଖାଯାଇଥିବା ସ୍ଥାନ ଜାଣିପାରିବେ ବୋଲି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଭୁବନେଶ୍ୱରର ଏକାଧିକ ହସ୍ପିଟାଲରେ ୧୬୦ଟି ମୃତଦେହ ସଂରକ୍ଷିତ ଭାବେ ରଖାଯାଇଛି। ସଂପର୍କୀୟ ମାନେ ମୃତଦେହ ନେବା ପାଇଁ ଏ ହସ୍ପିଟାଲରୁ ସେ ହସ୍ପିଟାଲ ବୁଲିବେ। ସେମାନେ କୌଣସି ପ୍ରକାର ହଇରାଣ ନ ହେବା ପାଇଁ ବିଏମସି ପକ୍ଷରୁ ହେଲପ ଲାଇନ ଜାରି କରାଯାଇଛି। ସେମାନେ ଏହି ନମ୍ବରରେ ଫୋନ୍ କରି ମୃତଦେହ ସଂପର୍କରେ ଜାଣିପାରିବେ।ମୃତଦେହ ସମ୍ପର୍କରେ ଜାଣିବାକୁ ଯେଉଁସବୁ ଫୋନ୍ ଆସିବ, ତାର ସଠିକ୍ ସୂଚନା ଦେବାକୁ ୫ ଜଣ ପିଲା ନିଯୁକ୍ତି କରାଯାଇଛି। ଏହାସହ ରାଜ୍ୟ ସରକାର ପକ୍ଷରୁ କିଛି ଅଫିସରକୁ ମଧ୍ୟ ନିଯୁକ୍ତି କରାଯାଇଛି।ବିଏମସି କମିଶନର ଆହୁରି କହିଛନ୍ତି, ବିଏମସି ୱେବସାଇଟରେ ମୃତକଙ୍କ ଫଟୋ ଓ ବିବରଣୀ ସ୍ଥାନିତ ହେବ। ମୃତଦେହ ସମ୍ପର୍କୀୟ ଏଥିରୁ କିଛି ସାହାଯ୍ୟ ପାଇପାରିବେ। ଏହାସହ ସଂପର୍କୀୟ ଚାହିଁଲେ ଭୁବନେଶ୍ୱରରେ ମୃତଦେହ ସଂସ୍କାର କରିପାରିବେ।
Powered by Froala Editor