ସ୍ନାନବେଦିରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ: ଶ୍ରୀମନ୍ଦିର ରତ୍ନସିଂହାସନରେ ଓହ୍ଲାଇ ଆସିଛନ୍ତି ଦାରୁଦିଅଁ। ପହଣ୍ଡି କରି ସ୍ନାନମଣ୍ଡପ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି। ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଲାଗି ହେବ । ଠାକୁରେ ସୁନା କୂଅର ସୁବାସିତ ଜଳରେ ସ୍ନାନ କରିବେ । ହାତୀ ବେଶରେ ମଣ୍ଡିତ ହେବେ ଶ୍ରୀବିଗ୍ରହ । ବେଶରେ ଥାଇ ଠାକୁରଙ୍କୁ ଭୋଗ ଲଗାଯିବ । ସ୍ନାନମଣ୍ଡପରେ ବଢାହେବ ଘଣ୍ଟଛତା ସକାଳଧୂପ ଥୋଡ଼ ବୁଲାଇ ଭୋଗ ଗ୍ରହଣ କରିବେ ମହାପ୍ରଭୁ । ଠାକୁରଙ୍କ ଏହି ମାନବୀୟ ଲୀଳା ଦେଖି ଭକ୍ତ ବିଭୋର ହୋଇଛନ୍ତି । ବଡ଼ଦାଣ୍ଡରୁ ସ୍ନାନବେଦି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଭାବ ବିନିମୟ ହେଉଛି । ରବିବାର ପଟିଦିଅଁ ଶ୍ରୀମନ୍ଦିରକୁ ବିଜେ କରିବା ପରେ ସୋମବାର ଠାରୁ ଆରମ୍ଭ ହୋଇଯିବ ଠାକୁରଙ୍କ ଅନବସରକାଳିନ ପୂଜାବିଧି ।
ରବିବାର ସ୍ନାନପୂର୍ଣ୍ଣମୀ ରାତିରେ ଶ୍ରୀବିଗ୍ରହ ଅଣସର ପିଣ୍ଡିରେ ବିଜେ ହେବେ । ସୋମବାର ଠାରୁ ଠାକୁରଙ୍କ ଅନବସରକାଳୀନ ଗୁପ୍ତପୂଜା । ତାଟି ସମ୍ମୁଖରେ ପଟିଦିଅଁ ପୂଜା ପାଇବେ । ଠାକୁରଙ୍କ ପାରମ୍ପରିକ ଚିତ୍ରକର ସେବକ ପଟିଦିଅଁଙ୍କୁ ତିଆରି ପ୍ରସ୍ତୁତ ରହିଛନ୍ତି । ବିଳମ୍ବିତ ରାତିରେ ପଟୁଆରରେ ଶ୍ରୀମନ୍ଦିରକୁ ପଟିଦିଅଁ ବିଜେ ହେବେ ।
Powered by Froala Editor