ଭୁବନେଶ୍ୱରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା

ଭୁବନେଶ୍ୱର : ଭୁବନେଶ୍ୱରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା। ଭୁବନେଶ୍ୱର ଏମସ୍ ଯାଇ ବାହାନଗା ଟ୍ରେନ୍ ଦୁର୍ଘଟଣା ଆହତଙ୍କୁ ଭେଟିବା ସହ ଚିକିତ୍ସା ନେଇ ଅଧିକାରୀଙ୍କ ସହ ଆଲୋନା କରିବେ। ସେଠାରୁ କଟକ ବଡ଼ ମେଡିକାଲ ପରିଦର୍ଶନରେ କରିବାର କେନ୍ଦ୍ରମନ୍ତ୍ରୀଙ୍କ କାର୍ୟ୍ୟକ୍ରମ ରହିଛି । ସେଠାରେ ମଧ୍ୟ ଚାଲିଥିବା ଚିକିତ୍ସା ବ୍ୟବସ୍ଥାର ତଦାରଖ କରିପାରନ୍ତି ମନ୍ତ୍ରୀ।
ଟ୍ରେନ୍ ଟ୍ରାଜେଡିରେ ୩ଶହ ଟପିଲା ମୃତ୍ୟୁ ସଂଖ୍ୟା । ଚାପି ହୋଇ ରହିଥିବା ବଗି ତଳୁ ମିଳିଛି ଆଉ ୧୩ ମୃତଦେହ । କ୍ରେନ୍ ସହାୟତାରେ ବଗି ଉଠିଲା ପରେ ମୃତଦେହ ମିଳିଛି । ପ୍ରଥମେ ୬ଟି ମୃତଦେହ ମିଳିଥିଲା । ପରେ ଆଉ ୭ ଜଣ ମୃତଦେହ ଉଦ୍ଧାର କରାଯାଇଥିଲା । ଅନ୍ୟପଟେ ସେଠାରେ ପୁନଃହରୁଦ୍ଧାର କାର୍ୟ୍ୟ ଚାଲିଛି। ବାହାନଗାର ଟ୍ରେନ୍ ଟ୍ରାକରୁ ୨୧ଟି ବଗି ହଟାଯାଇଛି । ରାତି ସାରା ଉଦ୍ଧାର କାର୍ୟ୍ୟ ଜାରି ରଖି ଶେଷରେ ୨୧ଟି ବଗିକୁ ଟ୍ରାକୁ ହଟାଇଛନ୍ତି ରେସକ୍ୟୁ ଟିମ୍ । ୩ଟି ୱାଗନ୍ ଓ ଇଞ୍ଜିନ ଉପର ଭାଗକୁ ଉଠାଯିବା କାମ ଜାରି ରହିଛି। ଏବେ ଟ୍ରାକ ମରାମତି ସହ ବିଦ୍ୟୁତ ମରାମତି କର୍ୟ୍ୟ ଜାରି ରହିଛି । ଟ୍ରାକରେ ଟ୍ରେନ ଚଳାଚଳ ସ୍ବାଭାବିକ କରିବାକୁ ଯଥାସମ୍ଭବ ଉଦ୍ୟମ କରାଯାଉଛି ।
Powered by Froala Editor