ଭୁଲ୍ ସିଗନାଲ ଯୋଗୁଁ ଘଟିଲା ବଡ଼ ଦୁର୍ଘଟଣା
ବାହାନଗାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଦୁର୍ଘଟଣା ପାଇଁ ଯେଉଁମାନେ ଦୋଷୀ ସେମାନଙ୍କୁ ଆଦୌ ଛଡ଼ାଯିବ ନାହିଁ ଓ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ମୋଦୀଙ୍କ ଏହି ବୟାନ ପରେ ଏହି ଦୁର୍ଘଟଣା ପଛରେ ମାନବୀୟ ତ୍ରୁଟି କିମ୍ବା ଅବହେଳା ଯୋଗୁଁ ଏତେବଡ଼ ଦୁର୍ଘଟଣା ହୋଇଥିବା ସ୍ପଷ୍ଟ ହୋଇଯାଇଛି । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ସମ୍ଭାବ୍ୟ କାରଣ ସିଗନାଲ ଫେଲ୍ ହୋଇଥିବା ସୂତ୍ରରୁ ଜଣାପଡ଼ିଛି।
ରିପୋର୍ଟରେ କୁହାଯାଇଛି ଯେ ମୁଖ୍ୟ ଲାଇନ ୧୨୮୪୧ ପାଇଁ କରମଣ୍ଡଳ ଏକ୍ସପ୍ରେସକୁ ସିଗନାଲ ଦିଆଯାଇଥିଲା। ତେବେ ହଠାତ୍ ଏହାକୁ ଏହାକୁ ହଟାଇ ଦିଆଯାଇଥିଲା। କିନ୍ତୁ ସେତେବେଳକୁ ଟ୍ରେନଟି ଗୋଟିଏ ଲୁପ୍ ଲାଇନ ବା ସାଇଡ୍ ଲାଇନରେ ପ୍ରବେଶ କରିଯାଇଥିଲା।
ଏହି ସମୟରେ ଲୁପ ଲାଇନରେ ପୂର୍ବରୁ ମାଲବାହୀ ଟ୍ରେନ ରହିଥିଲା। ଫଳରେ ଯାତ୍ରୀବାହୀ କରମଣ୍ଡଳ ଏକ୍ସପ୍ରେସ ଏହାକୁ ଖୁବ ଜୋର୍ରେ ଧକ୍କା ଦେଇଥିଲା। ଏଥିଯୋଗୁ ଟ୍ରେନର ଏକାଧିକ ବଗି ଲାଇନଚ୍ୟୁତ ହୋଇଯାଇଥିଲା।
Powered by Froala Editor