ଟ୍ରେନ ଦୁର୍ଘଟଣା ନେଇ ଜରୁରୀ ବୈଠକ ଡାକିଲେ ମୋଦୀ

ଭୁବନେଶ୍ୱର :ବାହାନଗା ଟ୍ରେନ ଦୁର୍ଘଟଣା ନେଇ ଜରୁରୀ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଧିକାରୀଙ୍କ ସହ ବାଲେଶ୍ୱର ଦୁର୍ଘଟଣାର ସମୀକ୍ଷା କରିବେ । ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପୁରା ସ୍ଥିତିର ସମୀକ୍ଷା କରିସାରିଛନ୍ତି । ସୂଚନାଥାଉକି, ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ଏହାସହ ଗୁରୁତର ଆହତ ଓ ଆହତଙ୍କୁ ବାଲେଶ୍ୱର, ଭଦ୍ରକ, ସୋର, ଖନ୍ତାପଡା ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିବା ଦକ୍ଷିଣ-ପୂର୍ବ ରେଳ ବିଭାଗର ସୂଚନା ଦେଇଛି ।ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଘଟିଲା ଏ ବର୍ଷର ସବିୁଠୁ ବଡ଼ ଟ୍ରେନ୍ ଦୁର୍ଘଟଣା । କେହି କିଛି ଜାଣିବା ପୂର୍ବରୁ ଦୁର୍ଘଟଣାର ସମ୍ମୁଖୀନ ହେଲେ ୩ ଟ୍ରେନ୍ । ଚାହୁଁଚାହୁଁ ଆଖି ବୁଜିଲେ ଶହ ଶହ ଲୋକ । ବାହାନଗାରେ ଘଟିଥିବା ଏହି ଭୟଙ୍କର ରେଳ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ସଂଖ୍ୟା ୨୮୮ରେ ଛୁଇଁଛି । ଏବେ ବି ଉଦ୍ଧାରକାର୍ୟ୍ୟ ଜାରି ରହିଛି । ଦୁର୍ଘଟଣାରେ ଆହତ ୯୦୦ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
Powered by Froala Editor