ଆଜି ପାଇଁ ଏକାଧିକ ଏକ୍ସପ୍ରେସ ସହ ପାସେଞ୍ଜର ଟ୍ରେନ୍ ବାତିଲ
ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ବାଲେଶ୍ୱର ରୁଟରେ ରେଳ ସେବା ପ୍ରଭାବିତ ହୋଇଛି। ଆଜି ପାଇଁ ଏକାଧିକ ଏକ୍ସପ୍ରେସ ସହ ପାସେଞ୍ଜର ଟ୍ରେନ୍ ବାତିଲ କରାଯାଇଛି। ୯ଟି ଟ୍ରେନର ଗତିପଥ ସମ୍ପୂର୍ଣ୍ଣ ବଦଳା ଯାଇଛି । ଆଉ ୬ଟି ଟ୍ରେନର ଆଂଶିକ ରୁଟ୍ ଡାଇଭର୍ଟ ହୋଇଛି ।
ବାତିଲ ହୋଇଥିବା ଟ୍ରେନ୍ ଗୁଡ଼ି ହେଲା- ୧୮୦୪୪ ଭଦ୍ରକ-ହାୱଡା ଏକ୍ସପ୍ରେସ୍, ୨୦୮୯୦ ତିରୁପତି-ହାୱଡା ଏକ୍ସପ୍ରେସ୍, ୧୨୫୫୧ ବାଙ୍ଗାଲୋର-କାମାକ୍ଷା ସୁପରଫାଷ୍ଟ,୧୨୮୬୪ ବାଙ୍ଗାଲୋର-ହାୱଡ଼ା ଏକ୍ସପ୍ରେସ୍ ,୧୨୨୫୩ ବାଙ୍ଗାଲୋର-ଭାଗଲପୁର ଅଙ୍ଗ ଏକ୍ସପ୍ରେସ୍, ୦୮୪୧୧ ବାଲେଶ୍ୱର-ଭୁବନେଶ୍ୱର ସ୍ପେଶାଲ, ୦୮୪୧୫/୦୮୪୧୬ ଜେନାପୁର-ପୁରୀ-ଜେନାପୁର, ୦୮୪୩୯ ପୁରୀ-ପାଟନା ସ୍ପେଶାଲ ,୧୨୬୬୬ କନ୍ୟାକୁମାରୀ-ହାୱଡା ଏକ୍ସପ୍ରେସ୍ ,୦୮୦୩୧ ବାଲେଶ୍ୱର-ଭଦ୍ରକ ସ୍ପେଶାଲ, ୦୮୦୩୨ ଭଦ୍ରକ-ବାଲେଶ୍ୱର ସ୍ପେଶାଲ,୦୮୦୬୩ ଖଡଗପୁର-ଭଦ୍ରକ ସ୍ପେଶାଲ୍,୦୮୦୬୪ ଭଦ୍ରକ-ଖଡଗପୁର ସ୍ପେଶାଲ୍,୧୮୦୪୫ ଶାଲିମାର-ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ,୨୦୮୮୯ ହାୱଡା-ତିରୁପତି ଏକ୍ସପ୍ରେସ,୧୨୨୪୫ ହାୱଡା-ବାଙ୍ଗାଲୋର ଦୁରୋନ୍ତୋ ଏକ୍ସପ୍ରେସ,୧୨୭୦୩ ହାୱଡା-ସିକନ୍ଦରାବାଦ ଫଲକନାମା ଏକ୍ସପ୍ରେସ,୨୨୮୯୫ ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ,୨୮୯୬ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍,୧୮୦୩୮ ଯାଜପୁର କେନ୍ଦୁଝର ରୋଡ-ଖଗଡପୁର ଏକ୍ସପ୍ରେସ, ୧୨୮୯୧ ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ୍, ୨୨୮୯୦ ପୁରୀ-ଦୀଘା ଏକ୍ସପ୍ରେସ୍ ଓ ୨୨୮୮୯ଦୀଘା-ପୁରୀ ଏକ୍ସପ୍ରେସ୍।
ଗତିପଥ ପରିବର୍ତ୍ତନ ହୋଇଥିବା ଟ୍ରେନ ଗୁଡ଼ିକ ହେଲା- ଜୟନଗର-ପୁରୀ ଏକ୍ସପ୍ରେସ୍ ୧୮୪୨୦ ଜଖପୁରା ଦେଇ ଯିବ। ସେହିପରି ସିଲଘଟ ଟାଉନ-ତମ୍ବାମ୍ବର ଏକ୍ସପ୍ରେସ ୧୫୬୩୦ ରାଉରକେଲା ଦେଇ ଯିବ। ପାଟନା ଏର୍ଣ୍ଣାକୁଲମ ଏକ୍ସପ୍ରେସ ୨୨୬୪୪ ରାଉରକେଲା ଦେଇ ଯିବ।
Powered by Froala Editor