ବିମଳେନ୍ଦୁ ରାଏ ସୁବର୍ଣ୍ଣପୁର ନୂତନ ଜିଲ୍ଲାପାଳ
ସୋନପୁର : ସୁବର୍ଣ୍ଣପୁରର ନୂତନ ଜିଲ୍ଲାପାଳ ହେଲେ ବିମଳେନ୍ଦୁ ରାଏ । ରାଜ୍ୟ ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ ଥିବା ବିମଳେନ୍ଦୁ ରାଏଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁରରେ ଜିଲ୍ଲାପାଳ ଥିବା ଅବୋଲି ସୁନିଲ ନରବନେଙ୍କ ଝାରସୁଗୁଡା ବଦଳି ପରେ ଏଠାରେ ଥିବା ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟନାରାୟଣ ଦାଶଙ୍କୁ ଭାରପ୍ରାପ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିଲା । ଏବେ ବିମଳେନ୍ଦୁ ରାଏ ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି।
Powered by Froala Editor