ଅଗ୍ରସର ହେଉଛି ମୌସୁମୀ: ଆଉ ୩ ଦିନରେ ଛୁଇଁବ କେରଳ
ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଭାରତ ଉପଦ୍ବୀପ ଆଡ଼କୁ ଧୀରେଧୀରେ ଅଗ୍ରସର ହେବାରେ ଲାଗିଛି। ଆଜି ମୌସୁମୀ ଦକ୍ଷିଣ ଆରବ ସାଗରର କିଛି ଅଞ୍ଚଳ, ମାଳଦୀପ-କୋମାରିନର କିଛି ଅଂଶ, ଦକ୍ଷିଣ ତଥା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରର ଆହୁରି ଅନେକ ଅଞ୍ଚଳକୁ ଅଗ୍ରସର ହୋଇଛି। ଆଉ ୩ ଦିନରେ ମୌସୁମୀ କେରଳ ଛୁଇଁବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି।
ଅନ୍ୟପଟେ ରାଜ୍ୟରେ କାଳବୈଶାଖୀ ବର୍ଷା ସହ ପ୍ରଚଣ୍ଡ ଖରା, ତାତି ଜାରି ରହିଛି। ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା। ଆଜି କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି।
Powered by Froala Editor