କୂଅରେ ପଡ଼ୁଛି ତାଲା

ଜୟପୁର: ପଶ୍ଚିମ ରାଜସ୍ଥାନରେ ଏବେ ଜଳସଂକଟ ଗମ୍ଭୀର ରୂପ ଧାରଣ କରିଛି । ବଡ଼ ବଡ଼ ଜଳାଶୟଗୁଡ଼ିକରେ ପାଣି ନାହିଁ । ପ୍ରଶାସନ ଦ୍ୱାରା ଯୋଗାଇ ଦିଆଯାଉଥିବା ପାଣିର ମାତ୍ରା ବି କମିଯାଇଛି । ଏଭଳି ସ୍ଥିତିରେ ଗ୍ରାମୀଣ ଅଞ୍ଚଳରେ ଲୋକେ ଆଶଙ୍କା କରୁଛନ୍ତି ଯେ ସେମାନଙ୍କ ମାଲିକାନାରେ ଥିବା କୂଅଗୁଡ଼ିକରୁ ଅନ୍ୟ କେହି ପାଣି ଚୋରି କରି ନେଇଯାଇପାରନ୍ତି । ତେଣୁ ସେମାନେ ଏବେ ନିଜ ନିଜ କୂଅ ଗୁଡ଼ିକରେ ତାଲା ପକାଉଛନ୍ତି । ସବୁ କୂଅର ମୁହଁରେ ଲୁହା କିମ ବା ଟିଣର କଭର ଲଗାଯାଇ ସେଥିରେ ତାଲା ପକାଯାଉଛି । ବିକାନୀର ଜିଲ୍ଲାର ପ୍ରାୟ ୪୦ଟି ଗ୍ରାମରେ କୂଅରେ ତାଲା ପକାଯାଉଥିବା ଘଟଣା ସାମ୍ନାକୁ ଆସିଛି । ଏସବୁ ଗ୍ରାମରେ ଗାଈ ଘିଅ ସହଜରେ ମିଳିଯିବ କିନ୍ତୁ ପାଣି ମିଳିବନି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି ।
Powered by Froala Editor