ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତଦେହ ଠାବ

ପାରାଦୀପ : ପାରାଦୀପ ଆଦର୍ଶ ଥାନା ଅଧୀନ ବଡ଼ପଡ଼ିଆ ଟ୍ୟାକ୍ସି ଷ୍ଟାଣ୍ଡରେ ବିଳମ୍ବିତ ରାତିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ କେନ୍ଦ୍ରାପଡା ଜିଲ୍ଲାର ଟୁବୁଲୁ ଜେନା (୨୯ ବର୍ଷ) ବୋଲି ସୂଚନା ମିଳିଛି।
ସୂଚନାନୁଯାୟୀ, ଟୁବୁଲା ବଡ଼ପଡ଼ିଆର ରେବିକା ନାମକ ହୋଟେଲରେ ଗତ ୧୫ ଦିନ ହେବ କାମ କରୁଥିଲା। ତା ପୂର୍ବରୁ ଅଠରବାଙ୍କୀରେ ଏକ ହୋଟେଲରେ କାମ କରୁଥିଲା। ଆଜି ସକାଳୁ ଟ୍ୟାକ୍ସି ଷ୍ଟାଣ୍ଡରେ ଥିବା ଏକ ବରଗଛ ଚାନ୍ଦିନୀରେ ରକ୍ତାକ୍ତ ଅବସ୍ଥାରେ ତାଙ୍କ ମୃତଦେହ ଠାବ ହୋଇଥିଲା। ତାଙ୍କ ବେକ ଓ ମୁହଁକୁ ଧାରୁଆ ଅସ୍ତ୍ରରେ କଟାଯାଇଛି। ଘଟଣା ସ୍ଥଳରେ ଆଦର୍ଶ ଥାନା ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ପୂର୍ଵ ଶତ୍ରୁତାକୁ କିମ୍ଵା ଜୁଆ ଓ ବେଆଇନ ନିଶା କାରବାର ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।
Powered by Froala Editor