୭୮ ବର୍ଷରେ ପୂର୍ବତନ ସାଂସଦ ବାଛିଲେ ଜୀବନସାଥୀ
୬୦ ବର୍ଷୀୟ ଅଭିନେତା ଆଶିଷ ବିଦ୍ୟାର୍ଥୀଙ୍କ ଦ୍ୱିତୀୟ ବିବାହ ଏବେ କିଛି ଦିନ ହେଲା ଚର୍ଚ୍ଚାରେ ରହିଛି । ତେବେ ୟା ଭିତରେ ଜଣେ ସାଂସଦଙ୍କ ବିବାହକୁ ନେଇ ଆଲୋଚନା ଚାଲିଛି । ସିପିଆଇ (ଏମ) ପାର୍ଟିର ପୂର୍ବତନ ସାଂସଦ ଲକ୍ଷ୍ମଣ ସେଠ୍ ୭୮ବର୍ଷ ବୟସରେ ଦ୍ବିତୀୟ ବିବାହ କରିଛନ୍ତି। କୋଲକାତାରେ ରହୁଥିବା ମାନସି ଦେଙ୍କୁ ଲକ୍ଷ୍ମଣ ସେଠ୍ ଦ୍ବିତୀୟ ବିବା୍ହ କରିଛନ୍ତି।
ଏହି ଘଟଣା ଭାଇରାଲ ହେବାପରେ ଲକ୍ଷ୍ମଣ ସେଠ୍ କହିଛନ୍ତି, ‘ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁପରେ ମୁଁ ବହୁତ ଏକୁଟିଆ ହୋଇଯାଇଥିଲି। ତେଣୁ ୭୮ବର୍ଷ ବୟସରେ ଦ୍ବିତୀୟ ବିବାହ କରି ଜୀବନସାଥୀଟିଏ ଚୟନ କରିଛି। ଖୁବଶୀଘ୍ର କୋଲକାତାରେ ବିବାହର ଭୋଜି ଦେବି। ସୂଚନାଯୋଗ୍ୟ, ଲକ୍ଷ୍ମଣଙ୍କ ପ୍ରଥମ ସ୍ତ୍ରୀଙ୍କ ୨୦୧୬ ମସିହାରେ ମୃତ୍ୟୁ ହୋଇଯାଇଥିଲା। ପ୍ରଥମ ସ୍ତ୍ରୀ ଓ ଲକ୍ଷ୍ମଣଙ୍କ ୨ଟି ସନ୍ତାନ ରହିଛନ୍ତି।
Powered by Froala Editor