ଲାଞ୍ଚ ନେବା ବେଳେ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟଙ୍କୁ ମାଡି ବସିଲା ଭିଜିଲାନ୍ସ
ଘଟଗାଁ : ଭିଜିଲାନ୍ସ ଜାଲରେ ଘଟଗାଁ ତହସିଲ ଅଫିସର ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ଦେବାଶିଷ ପଣ୍ଡା। ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ।
ସୂଚନାନୁଯାୟୀ, ଘଟଗାଁ ତହସିଲ ଅଫିସର ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ଦେବାଶିଷ ପଣ୍ଡା ଟାଙ୍ଗରତଳି ଗ୍ରାମର ବନମାଳି ପଳେଇଙ୍କ ପଟା କରିଦେବାକୁ କହି ୧୦ ହଜାର ଟଙ୍କା ମାଗିଥିଲେ। ଗୁରୁବାର ଦିନ ୧୧ଟାରେ ଲାଞ୍ଚ ନେଉଥିବା ବଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତାଙ୍କୁ କୋର୍ଟ ଚାଲାଣ ପାଇଁ କେନ୍ଦୁଝର ନିଆଯାଇଛି। ତେବେ ଘଟଗାଁ ତହସିଲରେ ଏଭଳି ଲାଞ୍ଚ କାରବାର ହେଉଥିବା ଅଭିଯୋଗ ହୋଇଛି।
Powered by Froala Editor