ଏସ୍ପି ପାହ୍ୟାକୁ ପଦୋନ୍ନତି ହେଲେ ୭ ଏଏସ୍ପି
କଟକ: ରାଜ୍ୟ ପୁଲିସ ବାହିନୀରେ କାର୍ୟ୍ୟରତ ୭ ଜଣ ଆଡିସନାଲ୍ ଏସ୍ପି (ଏଏସ୍ପି) ପଦୋନ୍ନତି ପାଇ ଏସ୍ପି ପାହ୍ୟାକୁ ଯାଇଛନ୍ତି । ପଦୋନ୍ନତି ପାଇଥିବା ବରିଷ୍ଠ ଓପିଏସ୍ ଅଫିସରମାନେ ହେଲେ ପ୍ରକାଶ ନାୟକ, ପ୍ରସନ୍ନ କୁମାର ବିଶ୍ୱାଳ, ନିମାଇଁ ଚରଣ ସେଠୀ, ମିହିର ପଣ୍ଡା, ରଞ୍ଜନ ଦାସ, କିଶୋର ପାଟ୍ଟଶାଣୀ ଏବଂ ଅମରେଶ ପାଣିଗ୍ରାହୀ । ଏସ୍ପି ପାହ୍ୟାକୁ ପଦୋନ୍ନତି ପାଇଥିବା ସମ୍ପୃକ୍ତ ଅଧିକାରୀମାନଙ୍କ ମଧ୍ୟରେ ପ୍ରକାଶ ନାୟକଙ୍କୁ ଭିଜିଲାନ୍ସରୁ ଭୁବନେଶ୍ୱରସ୍ଥିତ କମ୍ପ୍ୟୁଟର ସେଲ୍ ଏସ୍ପି ଭାବେ ବଦଳି କରାଯାଇଛି ।
ସେହିପରି ପ୍ରସନ୍ନ ବିଶ୍ୱାଳଙ୍କୁ ଅନୁଗୁଳରୁ ପୁଲିସ୍ ମୁଖ୍ୟାଳୟ ଏଆଇଜି, ନିମାଇଁ ସେଠୀଙ୍କୁ ପାରାଦୀପରୁ ଭୁବନେଶ୍ୱରସ୍ଥିତ କୋଷ୍ଟାଲ ସିକ୍ୟୁରିଟି ଏସ୍ପି, ମିହିର ପଣ୍ଡାଙ୍କୁ ପୁରୀରୁ କମିସନରେଟ୍ ପୁଲିସ୍ର ଡିସିପି କ୍ରାଇମ୍, ଭିଜିଲାନ୍ସରେ ଥିବା ରଞ୍ଜନ ଦାସଙ୍କୁ ଉକ୍ତ ସଂସ୍ଥାରେ ଏସ୍ପି ଭାବେ ଅବସ୍ଥାପିତ କରାଯାଇଛି । କିଶୋର ପାଟ୍ଟଶାଣୀଙ୍କୁ କମିସନରେଟ୍ ମୁଖ୍ୟାଳୟ ଡିସିପି, ଅମରେଶ ପାଣିଗ୍ରାହୀଙ୍କୁ ବାଲେଶ୍ୱରରୁ କ୍ରାଇମବ୍ରାଞ୍ଚ ଏସ୍ପି ଭାବେ ବଦଳି କରାଯାଇଛି । ଅନ୍ୟପକ୍ଷରେ କମ୍ପ୍ୟୁଟର ସେଲ୍ ଏସ୍ପି ରଶ୍ମିକାନ୍ତ ମିଶ୍ରଙ୍କୁ କ୍ରାଇମବ୍ରାଞ୍ଚ ଏସ୍ପି ଭାବେ ବଦଳି କରାଯାଇଛି ।
Powered by Froala Editor