ChatGPT ଆପ୍ ବ୍ୟବହାର କରି ପରୀକ୍ଷାରେ କପି କଲେ ପରୀକ୍ଷାର୍ଥି
ତେଲେଙ୍ଗାନାର ଷ୍ଟେଟ ପବ୍ଲିକ ସର୍ଭିସ୍ କମିଶନ ପରୀକ୍ଷାରେ କପି ଯୋଗାଉଥିବା ଜଣେ ଅଭିଯୁକ୍ତକୁ ଧରିଛି ଏସ୍ଆଇଟି । ଅଭିଯୁକ୍ତଜଣକ AI ଜ୍ଞାନ କୌଶଳରେ ନିର୍ମିତ ChatGPT ଆପ୍ ବ୍ୟବହାର କରି କପି କରିଥିଲା। ଅଭିଯୁକ୍ତଜଣକ ତେଲେଙ୍ଗାନାର ନର୍ଥ ପାୱାର ଡିଷ୍ଟ୍ରୁବ୍ୟୁଶନ କମ୍ପାନୀରେ କାର୍ଯ୍ୟରତ ଇଞ୍ଜିନିୟର ପୁଲା ରମେଶ ବୋଲି ଜଣାଯାଇଛି। ଏସଆଇଟି ମାମଲାର ତଦନ୍ତ କରିବା ପରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି ।
ତଦନ୍ତରୁ ସ୍ପଷ୍ଟ ହୋଇଛି ଯେ ଆସିଷ୍ଟାଷ୍ଟ ଏକ୍ସିକ୍ୟୁଟିଭ ଇଞ୍ଜିନିୟରିଂ ଏବଂ ଡିଭିଜନାଲ ଆକାଉଣ୍ଟସ ଅଫିସର ପଦବୀ ପାଇଁ ପରୀକ୍ଷା ଚାଲିଥିଲା । ଅଭିଯୁକ୍ତ ପୁଲା ରମେଶ ପାଖାପାଖି ୩ଟି ବିଷୟରେ ପ୍ରଶ୍ନ ପତ୍ର ଲିକ କରିବା ପରେ ପରୀକ୍ଷା ହଲରେ ବାହାରେ ବସିଥିବା ଜଣେ ବ୍ୟକ୍ତି ଚାଟ୍ ଜିପିଟି ମାଧ୍ୟମରେ ଉତ୍ତର ଖୋଜିଥିଲେ । ଏଥିସହ ୧୦ ମିନିଟ ଭିତରେ ପରୀକ୍ଷା ହଲରେ ବସିଥିବା ପୁଲା ରମେଶଙ୍କୁ ଇଅରବଡ ମାଧ୍ୟମରେ ଉତ୍ତର କହୁଥିଲେ । ହେଲେ ପରୀକ୍ଷା ହଲ୍ରେ ଥିବା ଶିକ୍ଷକଙ୍କ ସମେତ କେହି ବି ଏହାର ଟେର ପାଇପାରି ନ ଥିଲେ। କପି କରିବାରେ ସହାୟତା ପାଇଁ ପରୀକ୍ଷା ହଲ ବାହାରେ ବସିଥିବା ସହଯୋଗୀଙ୍କୁ ୪୦ ଲକ୍ଷ ଟଙ୍କା ଦେଇଥିଲେ ପୁଲା ରମେଶ ।
Powered by Froala Editor