ଆଣ୍ଡାମାନ ଓ ନିକୋବର ଦ୍ବୀପ ଛୁଇଁଲା ମୌସୁମୀ
ମଙ୍ଗଳବାର ଅର୍ଥାତ ମେ ୩୦ରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର କିଛି ଅଞ୍ଚଳ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର ଆହୁରି ଅନେକ ଅଂଶ, ସମ୍ପୂର୍ଣ୍ଣ ଆଣ୍ଡାମାନ ଏବଂ ନିକୋବର ଦ୍ଵୀପପୁଞ୍ଜକୁ ଛୁଇଁସାରିଛି ମୌସୁମୀ । ଆଗାମୀ ୨ରୁ୩ ଦିନ ମଧ୍ୟରେ ମାଳଦୀପ, କୋମୋରିନ ଅଞ୍ଚଳ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର ଆହୁରି କିଛି ଭାଗ, କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶ ତଥା ଉତ୍ତର-ପୂର୍ବ ବଙ୍ଗୋପସାଗରର କିଛି ଅଞ୍ଚଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି ।
ମୌସୁମୀ ସାଧାରଣତଃ ମେ ୨୦-୨୨ ମଧ୍ୟରେ ଆଣ୍ଡାମାନ ଛୁଇଁଥାଏ, କିନ୍ତୁ ଏବର୍ଷ ସପ୍ତାହେ ବିଳମ୍ବରେ ଆଣ୍ଡାମାନ ଛୁଇଁଛି । ଏଣୁ କେରଳ ଛୁଇଁବାକୁ ଆହୁରି ଏକ ସପ୍ତାହ ଲାଗିପାରେ । ଜୁନ୍ ୪ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବା ସମ୍ଭାବନା ନେଇ ସୂଚନା ଦେଇଥିଲା ଆଇଏମଡି । ତେବେ ଓଡ଼ିଶାକୁ ମୌସୁମୀ କେବେ ଛୁଇଁବ ବର୍ତ୍ତମାନ ସୁଦ୍ଧା କୌଣସି ଆକଳନ କରାଯାଇନି ।
Powered by Froala Editor