ବିମାନରେ କ୍ରୁ ସଦସ୍ୟଙ୍କୁ ନିର୍ଯାତନା
ଗୋଆରୁ ନୂଆଦିଲ୍ଲୀ ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ପୁରୁଷ ଯାତ୍ରୀ ଜଣେ କ୍ରୁ ମେମ୍ବରଙ୍କୁ ଶାରୀରିକ ନିର୍ଯାତନା ଦେଇଥିବା ଘଟଣା ସାମ୍ନାକୁ ଆସିଛି।ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବା ପରେ ସଂପୃକ୍ତ ଯାତ୍ରୀଙ୍କୁ ସୁରକ୍ଷା କର୍ମୀଙ୍କୁ ହସ୍ତାନ୍ତର କରାଯାଇଥିଲା ବୋଲି ଏୟାର ଇଣ୍ଡିଆ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି। ଏହି ଘଟଣା ଗତ ସୋମବାର ଘଟିଥିଲା।
ସୋମବାର ଏଆଇ-୮୮୨ବିମାନରେ ଉକ୍ତ ଯାତ୍ରୀ ଜଣକ କ୍ରୁ ମେମ୍ବରଙ୍କୁ ଗାଳିଗୁଲଜ କରିବା ସହ ବିମାନରେ ଥିବା ଜଣେ କର୍ମଚାରୀଙ୍କୁ ଶାରୀରିକ ନିର୍ଯାତନା ଦେଇଥିଲେ। ଦିଲ୍ଲୀ ବିମାନ ବନ୍ଦରରେ ବିମାନଟି ଅବତରଣ କରିବା ପରେ ଯାତ୍ରୀ ଜଣଙ୍କ ଉତ୍ତେଜନାରେ ତାଙ୍କର ଆକ୍ରମଣାତ୍ମକ ଆଚରଣ ଜାରି ରଖିଥିଲେ। ଫଳରେ ତାଙ୍କୁ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରାଯାଇଥିଲା।
ଏୟାର ଇଣ୍ଡିଆ ବିମାନରେ ଦୁଇ ମାସ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା। ଏହାପୂର୍ବରୁ ଏପ୍ରିଲ ୧୦ରେ ଦିଲ୍ଲୀ-ଲଣ୍ଡନ ବିମାନରେ ଜଣେ ଯାତ୍ରୀ ଦୁଇଜଣ ମହିଳା କ୍ୟାବିନ କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ କରିଥିଲେ।
Powered by Froala Editor