ମୋ ବାପା ଯୌତୁକ ଦେଇଛନ୍ତି, ମୁଁ କାହିଁକି ରୋଷେଇ କରିବି?
ମୋ ବାପା ଯୌତୁକ ଦେଇଛନ୍ତି । ମୁଁ କାହିଁକି କାମ କରିବି? ମୋତେ ତମେ ଖାଇବାକୁ ଦିଅ । ଚାକରାଣୀ ରଖ କି ନିଜେ କର । କିନ୍ତୁ ମୁଁ କାମ କରିବି ନାହିଁ । ଏମିତି କହି ଜିଦ୍ ଧରି ବସିଛି ଜଣେ ନୂଆବୋହୂ । ବୋହୂର ଏପରି କଥାରେ ଅତିଷ୍ଠ ହୋଇ ଶ୍ୱଶୁର ଘର ଲୋକେ ଏବେ ସମାଧାନ ପାଇଁ ବାଟ ଖୋଜୁଛନ୍ତି । ଉତ୍ତରପ୍ରଦେଶର ଆଗ୍ରାରେ ଘଟିଛି ଏଭଳି ଅଜବ ଘଟଣା।
ବିବାହ ସମୟରେ ସ୍ବାମୀ ଯୌତୁକ ନେଇଥିବାରୁ ପତ୍ନୀ ରୋଷେଇ କରିବି ନାହିଁ ବୋଲି କହିଥିଲେ। ମୋ ବାପା ଅଧିକ ଯୌତୁକ ଦେଇଛନ୍ତି, ତେଣୁ ମୁଁ ରୋଷେଇ କରିବି ନାହିଁ। ଯୌତୁକରେ ମିଳିଥିବା ଟଙ୍କାରେ ଗୃହ ସହାୟିକା ରଖି ରୋଷେଇ କର ଏବଂ ମୋତେ ଖାଇବାକୁ ଦିଅ ବୋଲି ପତ୍ନୀ କହିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସ୍ବାମୀ। ଏଭଳି ଜିଦ୍ ପାଇଁ ସ୍ବାମୀଙ୍କ ସହ ଝଗଡ଼ା ହେବାରୁ ପୁଲିସରେ ସ୍ବାମୀ ଓ ଶାଶୁଙ୍କ ବିରୋଧରେ ଅଭିଯୋଗ କରିଥିଲେ ପତ୍ନୀ। ଏହି ଅଭିଯୋଗ ପରେ ପରିବାର କାଉନସେଲିଂ ସେଣ୍ଟରକୁ ସ୍ୱାମୀ-ସ୍ତ୍ରୀଙ୍କୁ ଡକାଯାଇଥିଲା। ପରାମର୍ଶଦାତା ଉଭୟଙ୍କ ସହ ଏବିଷୟରେ କଥା ହୋଇଥିଲେ।
ଯେତେବେଳେ ପରାମର୍ଶଦାତା ପତ୍ନୀଙ୍କ ସହ କଥା ହୋଇଥିଲେ, ସେତେବେଳେ ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ମୋ ବାପା ବିବାହରେ ବହୁତ ଯୌତୁକ ଦେଇଛନ୍ତି। ମୋତେ ରୋଷେଇ ଆସେ ନାହିଁ। ସ୍ୱାମୀ ଏବଂ ଶାଶୁଙ୍କ ପାଇଁ ଖାଦ୍ୟ ରାନ୍ଧିବି ନାହିଁ। ଏହା ଶୁଣି ପରାମର୍ଶଦାତା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଦୁହିଁଙ୍କୁ ପୁଣି ଥରେ ସମାଧାନ ପାଇଁ ଡକାଯାଇଥିବା ଜଣାପଡ଼ିଛି।
Powered by Froala Editor