ଥାନା ଭିତରେ ପଶି ହାଣିଦେଲେ

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ରେମୁଣା ଥାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରାୟ ଦେଢ଼ ଶହ ଲୋକ ଥାନା ଭିତରେ ପଶି ୨ ଅଭିଯୋଗକାରୀଙ୍କୁ ହାଣି ଦେଇଛନ୍ତି । ଅଭିଯୋଗକାରୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭର୍ତି କରିଦେଇଛନ୍ତି ।
ଏକ ବିବାଦକୁ ନେଇ ଦୁଇ ଜଣ କିଛି ବ୍ୟକ୍ତିଙ୍କ ନାମରେ ଏତଲା ଦେବା ନିମନ୍ତେ ରେମୁଣା ଥାନାକୁ ଆସିଥିଲେ । ସେମାନେ ରେମୁଣା ଥାନାରେ ଥିବାବେଳେ ହଠାତ ଦେଢ଼ ଶହ ଲୋକ ସଂଘବଦ୍ଧ ଭାବେ ଥାନାରେ ପଶି ବ୍ୟାପକ ଭଙ୍ଗାରୁଜା ଆରମ୍ଭ କରିଦେଇଥିଲେ । ଅଭିଯୋଗକାରୀ ଦ୍ୱୟଙ୍କୁ ସେମାନେ ହାଣି ରକ୍ତାକ୍ତ କରିଦେଇଥିଲେ । ଏମିତିକି ଥାନା କର୍ମଚାରୀଙ୍କ ଦେହରେ ବି ରକ୍ତ ପଡ଼ିଥିଲା । ଥାନା ଅଧିକାରୀ ଆକ୍ରମଣ ଘଟଣାକୁ ସ୍ୱୀକାର କରିଛନ୍ତି । ଅପରପକ୍ଷରେ ହଣା ଖାଇଥିବା ପରିବାର ଲୋକଙ୍କ ସହ ଅନ୍ୟମାନେ ନ୍ୟାୟ ପାଇଁ ଏବେ ରାସ୍ତାରୋକ କରିଛନ୍ତି । ପରିସ୍ଥିତି ଉତେଜନାମୂଳକ ଥିବାରୁ ଥାନା ଆଗରେ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି ।