ଜନ୍ମଦିନରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ୫ଟି ସଚିବ

ପୁରୀ : ପୁରୀରେ ୫ଟି ସଚିବ ଭି.କେ ପାଣ୍ଡିଆନ । ଜନ୍ମଦିନରେ ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ୫ଟି ସଚିବ । ଦର୍ଶନ କରିସାରିବା ପରେ ପରିକ୍ରମା ପ୍ରକଳ୍ପ କାର୍ୟ୍ୟର ତଦାରଖ କରିଥିଲେ । ବଡ ଆଖଡା ପାର୍ଶ୍ବବର୍ତ୍ତି ସ୍ଥାନରେ ଜାରି ରହିଥିବା କାର୍ୟ୍ୟକୁ ଅନୁଧ୍ୟାନ କରିଥିବା ବେଳେ ବାହାର ମାର୍ଗ ଦେଖିଥିଲେ । ଏନେଇ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହିତ ସେ ଆଲୋଚନା କରିଥିଲେ ।
ସ୍ନାନଯାତ୍ରା ପୂର୍ବରୁ ବାକିଥିବା କାର୍ୟ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଫେରିବା ବାଟରେ ମହାପ୍ରଭୁଙ୍କ ରଥ ନିର୍ମାଣ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ । ୫ଟି ସଚିବଙ୍କର ଆଜି ଜନ୍ମଦିନ ହୋଇଥିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ୫ଟି ସଚିବଙ୍କୁ ଶ୍ରୀଜିଉଙ୍କ ଲାଗି ଖଣ୍ଡୁଆ ସମେତ ମହାପ୍ରଭୁଙ୍କ ନାକଚଣା ପ୍ରଦାନ କରିଥିଲେ ।
Powered by Froala Editor