ବିଭତ୍ସକାଣ୍ଡ: ସ୍ତ୍ରୀକୁ ହତ୍ୟା ପରେ ମୃତଦେହକୁ ପୋତିଦେଲେ ସ୍ୱାମୀ

ରାଉରକେଲା : ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା । ହତ୍ୟା ପରେ ମୃତଦେହକୁ ଘରର ବାଡିରେ ପୋତିଦେଲେ ସ୍ୱାମୀ । ରବିବାର ରାତି ୮ଟାରେ ଏମିତି ବିଭତ୍ସ କାଣ୍ କରିଛି ସ୍ୱାମୀ । ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ବାବୁ ନୂଆଗାଁ ଗାଁରେ ଘଟିଛି ହତ୍ୟାକାଣ୍ଡ ।
ସୂଚନା ଥାଉକି, ରବିବାର ତ୍ରିଲୋଚନ କିସାନ ତାଙ୍କ ସ୍ତ୍ରୀ ସରସ୍ୱତୀ କିସାନଙ୍କ ଝଗଡା ହୋଇଥିଲା । ପରେ ସ୍ତ୍ରୀର ଚରିତ୍ରକୁ ନେଇ ସନ୍ଦେହ କରିଥିଲା ସ୍ୱାମୀ ତ୍ରିଲୋଚନ । ଫଳରେ ଝଗଡା ସମୟରେ ସ୍ୱାମୀ ସ୍ତ୍ରୀ ଉପରେ ରାଗି କୋଦାଳ ବେଣ୍ଟରେ ପିଟି ପଟି ହତ୍ୟା କରିଥିଲା । ହତ୍ୟା ପରେ ସ୍ତ୍ରୀର ମୃତଦେହକୁ ଘର ବାଡିରେ ପୋତି ଦେଇଥିଲା । ପରେ ବଣାଇ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖିଛି ।
Powered by Froala Editor