ଆଜି ରାଜ୍ୟ କ୍ୟାବିନେଟ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୋହର ମିଳିବା ସମ୍ଭାବନା

ଭୁବନେଶ୍ୱର: ପଞ୍ଚମ ପାଳି ସରକାରର ପଞ୍ଚମ ବର୍ଷ ଆରମ୍ଭର ପ୍ରଥମ ଦିନରେ ନବୀନ କରିବେ ବଡ଼ ଘୋଷଣା । ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ସରକାର ନିର୍ବାଚନ ବର୍ଷକୁ ପ୍ରବେଶ କରୁଥିବାରୁ ଏହି କ୍ୟାବିନେଟରେ ବଡ଼ ଘୋଷଣା କରିବେ ବୋଲି ଜଣାପଡ଼ିଛି ।
ଗରିବ ଓ ସାଧାରଣ ବର୍ଗ ଲୋକଙ୍କ ସୁରକ୍ଷା ନେଇ କିଛି ବଡ଼ ନିଷ୍ପତ୍ତି ହେବା ସମ୍ଭାବନା ଅଛି । ପ୍ରାୟ ୭/୮ଟି ପ୍ରସ୍ତାବ ବୈଠକରେ ପାରିତ ହୋଇପାରେ । ସାମାଜିକ ସୁରକ୍ଷା, କୃଷି, ସମବାୟ, ଖାଦ୍ୟ ଯୋଗାଣ, ଜଳସମ୍ପଦ, ନଗର ଉନ୍ନୟନ, ପର୍ୟ୍ୟଟନ, ପୂର୍ତ୍ତ ଓ ପଞ୍ଚାୟତିରାଜ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ ମୋହର ମିଳିବା ସମ୍ଭାବନା ଅଛି ।
Powered by Froala Editor