ଅନାହରରେ ବୃଦ୍ଧାଙ୍କ ମୃତ୍ୟୁ ! ଚାଉଳ ନପାଇ ଉପାସରେ କଟୁଥିଲା ଦିନ

କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ ରଙ୍ଗାମାଟିଆ ପଞ୍ଚାୟତରେ ଅନାହାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଜଣେ ବୃଦ୍ଧା ଖାଇବାକୁ ନପାଇ ଭୋକିଲା ରହିଥିଲେ । ମାସ ମାସ ଏଭଳି ରହିବା ପରେ ବି ତାଙ୍କ ଘରେ ପିଡିଏସ ସାମଗ୍ରୀ କେହି ଦେଇନଥିଲେ । କିନ୍ତୁ ଆଜି ସେ ପିଡିଏସ ସାମଗ୍ରୀ ଆଣିବାକୁ ଯାଇଥିବାବେଳେ ସେଠାରେ ପ୍ରାଣ ହରାଇଛନ୍ତି । ଭୋକ ଉପାସରେ ସେ କ୍ଷୀଣ ହୋଇଯାଇଥିବାବେଳେ ଅନାହରରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।
ଖବର ଅନୁସାରେ ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ ରଙ୍ଗାମାଟିଆ ପଞ୍ଚାୟତର ଖାଦ୍ୟ ସୁରକ୍ଷା ଯୋଜନାରେ ଆବଣ୍ଚିତ ଖାଦ୍ୟ ସାମଗ୍ରୀ ହୃଦୁରାମପୁର ରେ ବଣ୍ଟାଯାଉଥିବା ବେଳେ ସେହି ପଞ୍ଚାୟତ ରରୁଆଁଗୋଡା ଗ୍ରାମର ୬୦ ବର୍ଷର ବିଳାସ ନାଏକ ଚାଉଳ ଆଣିବାକୁ ୭ କିମି ଦୂର ହୃଦୁରାମପୁର ଗ୍ରାମକୁ ଚାଲି ଚାଲି ଆସିଥିଲେ। ଚଳିତ ମାସ ପ୍ରାରମ୍ଭ ରେ ଗତ ତିନି ମାସର ଚାଉଳ ଦିଆଯିବା ନେଇ ଯୋଜନା ରହିଥିଲା। ଚମ୍ପୁଆ ବ୍ଲକ୍ ର ପ୍ରାୟ ସମସ୍ତ ପଞ୍ଚାୟତ ଗୁଡିକରେ ବଣ୍ଟା ମଧ୍ଯ ସରିଥିଲା। ହେଲେ ହୃଦୁରାମପୁର ପିଡିଏସ ସେଣ୍ଟରରେ ବିଳମ୍ବିତ ବଣ୍ଟନ ପାଇଁ ଆଜି ପଞ୍ଚାୟତର ଅନେକ ବୃଦ୍ଧ ବୃଦ୍ଧା ଚାଉଳ ନେବା ପାଇଁ ଆସିଥିଲେ। ସେମାନଙ୍କ ମଧ୍ୟରେ ବିଳାସ ନାଏକ ଭୋକ ଉପାସରେ ଦୀର୍ଘ ୭ କିମି ଦୂର ଚାଲି ଚାଲି ଚାଉଳ ନେବା ପାଇଁ ପିଡିଏସ ସେଣ୍ଟର କୁ ଆସିଥିଲେ। ପ୍ରବଳ ଭିଡ଼ରେ ଚାଉଳ ନେବା ପାଇଁ ଲାଇନ ରେ ଠିଆ ହୋଇଥିବା ବେଳେ ବିଳାସ ହଠାତ୍ ଚେତା ଶୂନ୍ୟ ହୋଇପଡ଼ିଥିଲେ।
ଲୋକେ ତାଙ୍କୁ ଆମ୍ବୁଲାନ୍ସ ରେ ଡାକ୍ତରଖାନା ନେବାକୁ ୧୦୮କୁ ଖବର ଦେଇଥିଲେ। ତେବେ ଆମ୍ବୁଲାନ୍ସ ପହଞ୍ଚିବା ପୁର୍ବରୁ ବିଳାସ ଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ପିଡିଏସ ସାମଗ୍ରୀ ବଣ୍ଟନ ଦାୟିତ୍ଵ ରେ ଥିବା ବ୍ୟକ୍ତି ଜଣକ ତରବରିଆ ଭାବେ ତାଙ୍କ ମୃତ ଦେହକୁ ତାଙ୍କ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଇଥିଲେ ।
ତେବେ ମାସ ମାସ ଧରି ଧରି ପିଡିଏସ ସାମଗ୍ରୀ ରୁ ବଞ୍ଚିତ ରଖିବା ସହ ଅସହାୟ ବୃଦ୍ଧ ବୃଦ୍ଧା ଙ୍କ ଘରକୁ ପିଡିଏସ ସାମଗ୍ରୀ ପହଞ୍ଚାଇବା ପରି ଦାୟିତ୍ଵକୁ ଅଣଦେଖା କରିବାକୁ ନେଇ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି ।
Powered by Froala Editor