ଶିଶୁ କନ୍ୟାକୁ ଦଳିଦେଲା ହାତୀ, ଅଳ୍ପକେ ବର୍ତିଲେ ଚାରି ସଦସ୍ୟ

ସୋର : ୬ ବର୍ଷର ଶିଶୁ କନ୍ୟାକୁ ଦଳିଦେଲା ହାତୀ । ପରିବାରର ଚାରି ସଦସ୍ୟ ଅଳ୍ପକେ ବର୍ତିଲେ । ସୋର ସିଙ୍ଗାଖୁଣ୍ଟା ପଂଚାୟତ ସରଳିଆ ଗ୍ରାମର ନିଶିକାନ୍ତ ଦେଉରୀ ସ୍ତ୍ରୀ ପାତିଆ ବଢେଇ ପରିବାର ସହିତ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ତାଙ୍କ ଘରକୁ ହାତୀ ପଶିଥିଲା ।
ହାତୀକୁ ଦେଖି ପରିବାର ନିଶିକାନ୍ତ ସ୍ତ୍ରୀ ପତିଆ ବଢେଇ ଅନ୍ୟ ଦୁଇ ପିଲାଙ୍କୁ ଧରି ଘରୁ ଦୌଡ଼ି ପଳେଇ ଯାଇଥିବା ବେଳେ ୬ ବର୍ଷ ଶିଶୁ କନ୍ୟା ପରୀ ହାତୀ ହାବୁଡ଼ରେ ପଡିଯାଇଥିଲା । ହାତୀ ତା ଗୋଡ଼ରେ ପରୀର ମୁଣ୍ଡକୁ ଦଳି ଦେଇଥିବା ବେଳେ ନିଶିକାନ୍ତଙ୍କର ଆଉ ଦୁଇ ପିଲା ଓ ସ୍ତ୍ରୀ ଅଳ୍ପକେ ଵର୍ତ୍ତି ଯାଇଥିଲେ
Powered by Froala Editor