ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ:ଗୋପାଳ ପାଗଳ ନୁହେଁ

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ । ଝାରସୁଗୁଡା ଜେଏମଏଫସି କୋର୍ଟରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ । ତଦନ୍ତକାରୀ ଡିଏସପି ଅଧିକାରୀ କଲେ ଚାର୍ଜସିଟ୍ ଦାଖଲ । ମୋଟ୍ ମୋଟ୍ ୫୪୩ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି। ଚାର୍ଜସିଟ୍ରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ନେଇ ସୂଚନା ମିଳିଛି। ଗୋପାଳ ପାଗଳ ନୁହେଁ ବୋଲି ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ । ସମ୍ପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ଗୋପାଳ ହତ୍ୟା କରିଥିବା କହିଲା କ୍ରାଇମବାଞ୍ଚ । ହତ୍ୟା ଘଟଣା ପରେ ପରେ ଗୋପାଳ ପାଗଳ ଥିବା ପରିବାର କହିଥିଲେ । ବାଇପୋଲାର ଡିଜ୍ଅର୍ଡର ନେଇ ସେ ଔଷଧ ଖାଉଥିବା କହିଥିଲେ । ଏନେଇ ପରୀକ୍ଷା ପାଇଁ ଡିଏମ୍ଇଟିଙ୍କ ଦ୍ୱାରା ଏକ ମେଡିକାଲ ଟିମ ଗଠନ ହୋଇଥିଲା ।ମେଡିକାଲ ଟିମ୍ ପରୀକ୍ଷା କରି ଗୋପାଳର ମାନସିକ ବିଲକ୍ଷଣ ନଥିବା କହିଥିଲେ। ସେହିପରି ସ୍ଥାନୀୟ ଲୋକ ଓ ଗୋପାଳଙ୍କ ସହକର୍ମୀମାନେ କହିଥିଲେ ଯେ ସେ ସୁସ୍ଥ ଥିଲେ। ତାଙ୍କଠାରେ କିଛି ଅସ୍ୱାଭାବିକ ପରିଲକ୍ଷିତ ହେଉ ନଥିଲା। ତଦନ୍ତ କାଳରେ ସେ ସହଯୋଗ କରୁଥିଲେ ଓ ପ୍ରଶ୍ନର ଉତ୍ତର ଦେଉଥିଲେ। ତଦନ୍ତ ବେଳେ ସ୍ପଷ୍ଟ ହୋଇଥିଲା ଯେ ଗୋପାଳ ସୁସ୍ଥ ମନରେ ଓ ଯୋଜନାବଦ୍ଧ ଭାବେ ଏହି ଅପରାଧ ଘଟାଇଥିଲେ। ତାଙ୍କର ମାନସିକ ସ୍ଥିତି ସ୍ୱାଭାବିକ ଓ ସ୍ଥିର ଥିଲା। ଗୋପାଳ ଜାଣତ ଅବସ୍ଥାରେ ହତ୍ୟା କରିଛି,ଏହା ପ୍ରି ପ୍ଲାନ ମର୍ଡର। ପର୍ସନାଲ ରାଗ ରଖି ସେ ହତ୍ୟା କରିଛି। ଗୋପାଳ ପାଗଳ ନୁହେଁ, ତାର ବାଇପୋଲାର ଡିଜର୍ଡର ନାହିଁ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଗତ ଜାନୁଆରି ୨୯ ତାରିଖରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ଅଭିଯୁକ୍ତ ଗୋପାଳକୁ ଘଟଣାସ୍ଥଳରୁ ପିସ୍ତଲ ସହ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା । ଗୋପାଳର ଗୁଜରାଟ ଗାନ୍ଧୀନଗର ସ୍ଥିତ ଫରେନସିକ୍ ଲ୍ୟାବରେ ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ କରାଯାଇଥିଲା । ଦିଲ୍ଲୀ ଫରେନସିକ୍ ଲ୍ୟାବ୍ର ବିଶେଷଜ୍ଞଙ୍କ ଦ୍ୱାରା ଝାରସୁଗୁଡ଼ାରେ ଗୋପଳର ହୋଇଥିବା ଏଲ୍ଭିଏ ଟେଷ୍ଟର ମଧ୍ୟ ତର୍ଜମା କରାଯାଇଥିଲା । ଏସସିବି ମାନସିକ ଚିକିତ୍ସା ପ୍ରତିଷ୍ଠାନର ୫ ଜଣିଆ ବିଶେଷଜ୍ଞ ଟିମର ଯାଞ୍ଚ ସହ ନିମହାନ୍ସ ବିଶେଷଜ୍ଞ ଦଳ ମଧ୍ୟ ମାନସିକ ସ୍ଥିତିର ପରୀକ୍ଷା କରିଥିଲେ।
୮୯ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ନାଁରେ ଆଇପିସି ଦଫା ୩୦୨,୩୦୭,ଆର୍ମସ ଆକ୍ଟ ୨୭(୦୧) ରୁଜୁ ହୋଇଛି। ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ଏକ ଦଳୀୟ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଗଲାବେଳେ ନବଙ୍କ ଉପରକୁ ଗୁଳିଚାଳନା କରିଥିଲେ ପୋଲିସ ଏଏସ୍ଆଇ ଗୋପାଳ ଦାସ । ନବଦାସଙ୍କ ମୃତ୍ୟୁ ପରେ ଏହି ଘଟଣାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ ରାଜ୍ୟ ସରକାର । ଆସନ୍ତା ୨୯ ତାରିଖରେ ନବଦାସ ମୃତ୍ୟୁକୁ ୧୨୦ ଦିନ ପୁରିବ । ଏହାପୂର୍ବରୁ କୋର୍ଟରେ ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ ।
Powered by Froala Editor