ପୁଣି ମାତିଲେ ଲୁଟେରା, ସ୍ବାମୀଙ୍କୁ ହାଣିଲେ , ସ୍ତ୍ରୀ ଠୁ ଲୁଟିନେଲେ ସୁନା ଚେନ

କଟକ : ପୁଣି ମାତିଲେ ଲୁଟେରା। କଟକ ସିଡିଏ ଅଞ୍ଚଳରେ ଲୁଟେରାଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଛୁରୀରେ ଆକ୍ରମଣ କରି ମହିଳାଙ୍କଠାରୁ ଲୁଟ ନେଲେ ଚେନ୍।
ମିଳିଥିବା ସୂଚନାନୁସାରେ, ସିଡିଏ ସେକ୍ଟର-୧୦ ଅଞ୍ଚଳରେ କିଛି ଜଣ ଦୁର୍ବୃତ୍ତ ପ୍ରଥମେ ସ୍ବାମୀଙ୍କୁ ଭୁଜାଲିରେ ହାଣିଥିଲେ। ଛୁରୀରେ ଆକ୍ରମଣ କରିସାରିବା ପରେ ମହିଳାଙ୍କ ଠାରୁ ସୁନା ଚେନ ଲୁଟି ନେଇଛନ୍ତି। ତେବେ ଫୁଲ ତୋଳିବା ସମୟରେ ମହିଳାଙ୍କ ଠାରୁ ଲୁଟ ହୋଇଛି ବୋଲି ଜଣାପଡ଼ିଛି ।