ଆଉ ୨ ଚିତା ଶାବକଙ୍କ ମୃତ୍ୟୁ
ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ପ୍ରଥମ ଶାବକର ମୃତ୍ୟୁର କିଛି ଦିନ ପରେ ଗୁରୁବାର ଆଉ ଦୁଇ ଶାବକ ଚିତାଙ୍କର ମୃତ୍ୟୁ ଘଟିଛି। ଅତ୍ୟନ୍ତ ଖରାପ ପାଣିପାଗ ଓ ଡିହ୍ରାଇଡ୍ରେସନ ଯୋଗୁ ଉଭୟଙ୍କ ମୃତ୍ୟୁ ଘଟିଛି। ଚିତା ବାଘଙ୍କ ବଂଶବୃଦ୍ଧି ପାଇଁ କେନ୍ଦ୍ର ସରକାର କେତେ କ’ଣ କରୁଥିବା ବେଳେ ଏପରି ଘଟଣା ସେସବୁ ପ୍ରତି ଶକ୍ତ ଝଟକା ସଦୃଶ ହୋଇଛି।
ଚିତା (ସିୟା) ଚଳିତ ବର୍ଷ ମାର୍ଚ୍ଚ ୨୪ରେ ଚାରିଟି ଛୁଆ ଜନ୍ମ କରିଥିଲା। ସେମାନଙ୍କ ମଧ୍ୟରୁ ୨ ଦିନ ଭିତରେ ୩ଟିର ମୃତ୍ୟୁ ହୋଇ ସାରିଲାଣି। ତିନି ଶାବକ ଚିତାଙ୍କର ମୃତ୍ୟୁ ହୋଇଥିବାବେଳେ ଚତୁର୍ଥ ଶାବକର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଅବଜରଭେଶନରେ ରଖାଯାଇଛି। ତା’ର ଚିକିତ୍ସା ପାଇଁ ଡାକ୍ତରମାନେ ନାମ୍ବିଆ ଓ ଦକ୍ଷିଣ ଆଫ୍ରିକାର ବିଶେଷଜ୍ଞମାନଙ୍କ ସହ ଯୋଗାଯୋଗରେ ରହିଛନ୍ତି। ଜଙ୍ଗଲ ବିଭାଗର ଅଧିକାରୀଙ୍କ ଅନୁଯାୟୀ, ଦୁର୍ବଳତା ଯୋଗୁ ପ୍ରଥମ ଶାବକଟିର ମୃତ୍ୟୁ ହୋଇଛି।
Powered by Froala Editor