ନବ ଦାସ ହତ୍ୟା ମାମଲା: ଆଜି ଚାର୍ଜସିଟ୍ ଦାଖଲ କରିବ କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା : ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା । ଝାରସୁଗୁଡା JMFC କୋର୍ଟରେ ଆଜି ଚାର୍ଜସିଟ୍ ଦାଖଲ କରିବ କ୍ରାଇମବ୍ରାଞ୍ଚ । ୧୨୦ ଦିନ ପୂର୍ବରୁ ମାମଲାର ତଦନ୍ତ କରି ଚାର୍ଜସିଟ୍ ଚୂଡାନ୍ତ କରିସାରିଛି ତଦନ୍ତକାରୀ ସଂସ୍ଥା ।
ତେବେ ମାମଲାର ଅଭିଯୁକ୍ତ ପୋଲିସ ଏଏସ୍ଆଇ ଗୋପାଳ କୃଷ୍ଣ ଦାସକୁ ଦୋଷୀ ସାବ୍ୟସ୍ତ କରିବା ଲାଗି କ୍ରାଇମବ୍ରାଞ୍ଚ ସମସ୍ତ ପ୍ରକାର ସାଇଣ୍ଟିଫିକ୍ ତଥା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଭିତ୍ତି କରି ଏହି ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରିଥିବା ଜଣା ପଡିଛି । ଗତ ଜାନୁଆରୀ ୨୯ତାରିଖରେ ବ୍ରଦରାଜରାଜ ନଗର ଗାନ୍ଧୀ ଛକରେ ଏକ ଦଳୀୟ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଆଶିଥିବା ସମୟରେ ପୋଲିସ ଗୁଳିରେ ଟଳି ପଡିଥିଲେ ତତକାଳୀନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଅଭିଯୁକ୍ତ ଗୋପାଳକୁ ଘଟଣାସ୍ଥଳରୁ ପିସ୍ତଲ ସହ ଗିରଫ କରିଥିଲା ପୋଲିସ ।
Powered by Froala Editor