ସତର୍କ କଲା ହୁ’ : ମାଡ଼ି ଆସୁଛି କରୋନାଠୁ ବି ଅଧିକ ଭୟଙ୍କର ମହାମାରୀ
କରୋନାଠାରୁ ବି ଭୟଙ୍କର ବିପତ୍ତିର ସାମ୍ନା କରିବ ବିଶ୍ବ। ମାଡିଆସୁଛି ଆଉ ଏକ ମହାମାରୀ। ଭୟାବହ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ ବିଶ୍ବବାସୀଙ୍କୁ ସତର୍କ କରାଇଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରମୁଖ ଟେଡରସ ଘେବ୍ରେୟେସସ୍।
ଜେନିଭାରେ ଆୟୋଜିତ ୭୬ତମ ଓ୍ବାର୍ଲଡ ହେଲଥ ଆସେମଲିରେ ଏ ନେଇ WHO ପକ୍ଷରୁ ଏକ ରିପୋର୍ଟ ଦାଖଲ କରାଯାଇଛି । ରିପୋର୍ଟ ଉପସ୍ଥାପନ କରିବା ଅବସରରେ ଡବ୍ଲୁଏଚଓ କହିଛନ୍ତି ଯେ କରୋନା ମହାମାରୀରେ ବିଶ୍ବରେ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଛି । କରୋନାକୁ ଗ୍ଲୋବାଲ ଏମର୍ଜେନ୍ସିରୁ ହଟାଇ ଦିଆଯାଇଥିଲେ ବି ଆଗାମି ଦିନ ପାଇଁ ଆମକୁ ସତର୍କ ରହିବାକୁ ହେବ । ଆଗାମୀ ଭୂତାଣୁ ଅନେକ ଲୋକଙ୍କୁ ସଂକ୍ରମିତ କରିବ । ଏଥିପାଇଁ ଏକ ପ୍ରଭାବଶାଳୀ ବୈଶ୍ବିକ ବ୍ୟବସ୍ଥାର ଆବଶ୍ୟକତା ରହିଛି, ଯାହା ସମସ୍ତ ପ୍ରକାର ଜରୁରୀକାଳୀନ ପରିସ୍ଥିତିର ସମାଧାନ ଜାରି ରଖିବ । ଯେତେବେଳେ ପରବର୍ତ୍ତୀ ମହାମାରୀ ପାଖେଇ ଆସୁଛି, ଆମକୁ ନିର୍ଣ୍ଣାୟକ ଏବଂ ସାମୂହିକ ଭାବେ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି ।
Powered by Froala Editor