କାମ ଦେଉନି ୫୦:୫୦ ଫର୍ମୁଲା : ମୁଖ୍ୟମନ୍ତ୍ରୀ ହେବା ଜିଦ୍ରେ ସିଦ୍ଧରାମୈୟା, ଶିବକୁମାର
କର୍ଣ୍ଣାଟକାରେ ମୁଖ୍ୟମନ୍ତ୍ରୀ କିଏ ହେବେ, ସେ ନେଇ ନିଷ୍ପତ୍ତି ହୋଇପାରୁନାହିଁ । ଦୁଇ ବରିଷ୍ଠ ନେତା ସିଦ୍ଦରମୈୟା ଓ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବାକୁ ଜିଦ ଧରି ବସିବାରୁ ହାଇକମାଣ୍ଡଙ୍କ ଚିନ୍ତା ବଢ଼ିଛି। ମୁଖ୍ୟମନ୍ତ୍ରୀ ଦୌଡ଼ରେ ସିଦ୍ଦରାମୈୟା ଆଗୁଆ ବୋଲି କୁହାଯାଉଛି । କିନ୍ତୁ ଶିବକୁମାର ବି ନିଜ ଜିଦରେ ଅଟଳ ଅଛନ୍ତି । ଉଭୟଙ୍କୁ ମନାଇବାକୁ କଂଗ୍ରେସ ହାଇକମାଣ୍ଡ ୫୦:୫୦ ଫର୍ମୁଲା ( ଉଭୟ ଅଢେଇବଷଁ ଲେଖାଏଁ ମୁଖ୍ୟମନ୍ତ୍ରୀ ହେବେ) ପ୍ରସ୍ତାବ ଦେଇଥିଲେ ବି ସେଥିରେ ଉଭୟ ରାଜି ହୋଇନାହାନ୍ତି ।
ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କ ଯାଏ ସିଦ୍ଦରୈମେୟା ଓ ଶିବକୁମାରଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଯାଏ ୧୦୦% ସଫଳତା ମିଳିନାହିଁ। ତେଣୁ କର୍ଣ୍ଣାଟକାରେ କିଏ ମୁଖ୍ୟମନ୍ତ୍ରୀ ହେବେ, ସେକଥା ଘୋଷଣା ହୋଇପାରୁନି।
ଆଜି ଶିବକୁମାର ଓ ସିଦ୍ଦରମୈୟା ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ଏହି ସମୟରେ ଉଭୟ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ରଖିଥିବା ରାହୁଲଙ୍କୁ ଜଣାଇଥିଲେ। ଏହି ବୈଠକ ପରେ ଶିବକୁମାର ପୁଣିଥରେ ଖଡଗେଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ପୂର୍ବରୁ କ୍ଷମତା ଭାଗବଣ୍ଟା ଫର୍ମୁଲାକୁ ଗ୍ରହଣ କରୁ ନଥିବା ଶିବକୁମାର ଏବେ ଏଥିରେ ରାଜି ହୋଇଛନ୍ତି।
ସେ ସିଦ୍ଦରମୈୟାଙ୍କ ସହ ମୁଖ୍ୟମନ୍ତ୍ରୀ ଆସନ ବାଣ୍ଟିବାକୁ ସହମତି ପ୍ରକାଶ କରିଛନ୍ତି। ହେଲେ ପ୍ରଥମ ଅଢ଼େଇ ବର୍ଷ ସେ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିବା ଜିଦରେ ଅଟଳ ରହିଥିବା ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ଖବର ପ୍ରକାଶ ପାଇଛି।
Powered by Froala Editor