କୋଭିଡ ସଂକ୍ରମଣ ବାୟୁବାହିତ : କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମହାମାରୀ କୋଭିଡ-୧୯ର ସୃଷ୍ଟିକାରୀ କରୋନା ଭୂତାଣୁ ମୁଖ୍ୟତଃ ବାୟୁଦ୍ୱାରା ପରିବାହିତ ହୋଇଥାଏ ବୋଲି କେନ୍ଦ୍ର ସରକାର ନିକଟରେ ଜାରି କରିଥିବା କୋଭିଡ ସଂକ୍ରାନ୍ତ ସଦ୍ୟ ପରାମର୍ଶାବଳିରେ ଉଲ୍ଲେଖ କରିଛନ୍ତି । ସଂକ୍ରମଣର ସିଂହଭାଗ ମୁଖ୍ୟତଃ ଜଣେ ପୀଡ଼ିତର କାଶ, ଛିଙ୍କ ଦ୍ୱାରା ମୁହଁରୁ ବାହାରୁଥିବା ଜଳକଣିକା ଦେଇ ବାୟୁପଥରେ ବ୍ୟାପିଥାଏ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି । ପୂର୍ବରୁ ତାହା ସଂସ୍ପର୍ଶ ଦ୍ୱାରା ଉପର ବର୍ଣ୍ଣିତ ଜଳକଣାରେ ଥିବା ଭୂତାଣୁ ଦ୍ୱାରା ବ୍ୟାପିଥାଏ ବୋଲି ଗତବର୍ଷ ଜୁନ ମାସରେ ତଦନୁସାରେ ବୈଧାନିକ ସତର୍କତା ଜାରି କରାଯାଇଥିଲା । ତେବେ ଏହି ନୂତନ ବିଧିର ବିଧାନ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶାବଳି ଜାରି କରାଯିବା ସହ ଏହି ସଂକ୍ରମିତ ଜଳକଣିକା ବା ବାୟୁ କଣିକା ବାୟୁମଣ୍ଡଳରେ ୧୦ ମିଟର ଯାଏ ଗତି କରିପାରିବ ବୋଲି ମଧ୍ୟ କୁହାଯାଇଛି ।
Powered by Froala Editor