ନବଙ୍କ ରେକର୍ଡ ଭାଙ୍ଗିଲେ ଦୀପାଳି
ଭୁବନେଶ୍ୱର: ବାପା ତଥା ସ୍ୱର୍ଗତ ମନ୍ତ୍ରୀ ନବ ଦାସଙ୍କ ରେକର୍ଡ ଭାଙ୍ଗିଦେଲେ ଦୀପାଳି ଦାସ । ୨୦୧୯ରେ ନବ ଦାସ ୪୫ ହଜାର ୬୯୯ ଭୋଟ ବ୍ୟବଧାନରେ ଜିତିଥିଲେ । ଦୀପାଳି ଦାସ ୪୮ହଜାର ୨୩୭ ଭୋଟରେ ବିଜୟୀ ହୋଇଛନ୍ତି । ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଛନ୍ତି ।
ଝାରସୁଗୁଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ଜାରି ରହିଥିବା ଭୋଟ ଗଣତି ଶେଷ ହୋଇଛି । ସମସ୍ତ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ବାଜିମାତ କରିଛନ୍ତି । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ସେ ପରାସ୍ତ କରିଛନ୍ତି । ଏନେଇ କେବଳ ବିଧିବଦ୍ଧ ଘୋଷଣା ବାକି ରହିଛି । ମୋଟ ୪୮ ହଜାର ୬୧୯ ଭୋଟରେ ଦୀପାଳି ଦାସ ବିଜୟୀ ଲାଭ କରିଛନ୍ତି । ରାଉଣ୍ଡ ୧୯ ସୁଦ୍ଧା ବିଜେଡି ୧୦୭୦୦୩ଟି ଭୋଟ ହାତେଇଥିବାବେଳେ ବିଜେପି ୫୮୩୮୪ ଓ କଂଗ୍ରେସ ୪୪୭୩ଟି ଭୋଟ ହାତେଇବାରେ ସକ୍ଷମ ହୋଇଛି ।
ପ୍ରକାଶ ଯେ ଭୋଟ ଗଣତି ଆରମ୍ଭରୁ ହିଁ ବିଜେଡି ଆଗକୁ ଆଗକୁ ମାଡ଼ି ଚାଲିଥିଲା । ବିଜେଡିର ଭୋଟ ଗାଡ଼ି ଅଟକି ନଥିଲା । ରାଉଣ୍ଡ ପରେ ରାଉଣ୍ଡ ଭୋଟ ଗଣତି ଆଗକୁ ଚାଲିଥିବାବେଳେ ବିଜେଡିର ଦୀପାଳି ଦାସଙ୍କ ଭୋଟ ବ୍ୟବଧାନ ବି ବଢିଚାଲିଥିଲା । ପ୍ରଥମ ରାଉଣ୍ଡରୁ ହିଁ ବିଜେଡି ଉଭୟ ବିଜେପି ଓ କଂଗ୍ରେସ ସହ ଅନ୍ୟ ପ୍ରାର୍ଥୀଙ୍କୁ ପଛରେ ପକାଇ ଆଗକୁ ମାଡ଼ିଚାଲିଥିଲା ।
Powered by Froala Editor