ଉତ୍ତରପ୍ରଦେଶରେ The Kerala Story ଟ୍ୟାକ୍ସ ଫ୍ରି

The Kerala Story’କୁ ଫିଲ୍ମକୁ ନେଇ ସମଗ୍ର ଦେଶରେ ଦେଖିବାକୁ ମିଳିଛି ମିଶ୍ର ପ୍ରତିକ୍ରିୟା। କେଉଁ ରାଜ୍ୟ ସରକାର ପ୍ରଶଂସାରେ ପୋତି ପକାଉଛନ୍ତି ତ ଆଉ କେଉଁ ରାଜ୍ୟ ସରକାର ଏହାକୁ ବ୍ୟାନ୍ କରି ଦେଇଛନ୍ତି।
ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟରେ ଏହି ଫିଲ୍ମକୁ ବ୍ୟାନ କରିଥିବା ବେଳେ ଉତ୍ତରପ୍ରଦେଶରେ ଏହାକୁ ଟ୍ୟାକ୍ସ ଫ୍ରି କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏଥିସହ ନିଜେ ଏହାର ସ୍ପେଶାଲ ସ୍କ୍ରିନିଂ ଦେଖିବେ ବୋଲି ବି କହିଛନ୍ତି। ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲୋକଭବନରେ ନିଜ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଏହି ଫିଲ୍ମ ଦେଖିବେ ବୋଲି ସୂଚନା ମିଳିଛି।
ଅନ୍ୟପଟେ, ବିହାର କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଫିଲ୍ମକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଏକ ଚିଠି ଲେଖିଛନ୍ତି। ଗିରିରାଜ କହିଛନ୍ତି , ସମସାମୟିକ ସାମାଜିକ ପ୍ରସଙ୍ଗ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଚଳଚ୍ଚିତ୍ର। ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଭଳି ରାଜ୍ୟ ଏହାକୁ ଟିକସମୁକ୍ତ କରିଛନ୍ତି। ବିହାରରେ ‘ ଦ କେରଲା ଷ୍ଟୋରି’କ ଟ୍ୟାକ୍ସ ମୁକ୍ତ କରିବାକୁ ନୀତୀଶ କୁମାରଙ୍କୁ ସେ ଅନୁରୋଧ କରିଛନ୍ତି। ଯାହା ଦ୍ୱାରା ରାଜ୍ୟର ଅଧିକରୁ ଅଧିକ ଲୋକ ଏହାକୁ ଦେଖିପାରିବେ।
Powered by Froala Editor