ହେରା ଫେରି ବିବାଦ ଶେଷ, ଫେରିବେ ପରେଶ

ପରେଶ ରାଓ୍ଵଲ ଓ ଅକ୍ଷୟ କୁମାରଙ୍କ ମଧ୍ୟରେ ହେରା ଫେରି ୩କୁ ନେଇ ଚାଲିଥିବା ବିବାଦ ସମାପ୍ତ ହୋଇ ସାରିଛି। ଖୋଦ୍ ପରେଶ ରାଓ୍ଵଲ ଏକ ସାକ୍ଷାତକାରରେ ଏହା ସ୍ପଷ୍ଟ କରିଛନ୍ତି। ଯେବେ ‘ହେରା ଫେରି ୩’ରେ ପରେଶ ରାଓ୍ଵଲ ଅଭିନୟ କରିବେ ନାହିଁ ବୋଲି ଖବର ଆସିଲା ସିନେ ପ୍ରେମୀଙ୍କ ମହଲରେ ଚହଳ ପଡ଼ିଗଲା। କୋଟି କୋଟି ପ୍ରଶଂସକଙ୍କ ସହିତ ଅନେକ ଅଭିନେତା ଓ ଅଭିନେତ୍ରୀ ଏହି ବିଷୟରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଥିଲେ। ତେବେ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିଛି ।
ନିକଟରେ ଏକ ସାକ୍ଷାତକାରରେ ପରେଶ ରାଓ୍ଵଲ ‘ହେରା ଫେରି ୩’ ସଂପର୍କିତ ବିବାଦରେ ଖୋଲାଖୋଲି ଆଲୋଚନା କରିଛନ୍ତି। ତାଙ୍କ କହିବା କଥା ଏହା କୌଣସି ବିବାଦ ନଥିଲା। ସେ ଚାହାନ୍ତି ସମସ୍ତେ ଏକାଠି ଆସି ପରିଶ୍ରମ କରନ୍ତୁ। ସବୁ ମାମଲାର ସମାଧାନ ହୋଇ ସାରିଛି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ପରେଶ ରାଓ୍ଵଲ ‘ହେରା ଫେରି ୩’ରୁ ବାହାର ହୋଇ ଯାଇଥିଲେ। ଏହି ଖବର ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା। ଖୋଦ୍ ଅକ୍ଷୟ କୁମାର ଏହି ଖବରରେ ବେଶ ମର୍ମାହତ ହୋଇଥିଲେ। ସେହି ସମୟରେ ଦୁଇ ଅଭିନେତାଙ୍କ ମଧ୍ୟରେ ବିବାଦର ଖବର ସାମ୍ନାକୁ ଆସିଥିଲା। ପରେଶ ରାଓ୍ଵଲ ‘ହେରା ଫେରି ୩’ର ନିର୍ମାଣକୁ ନେଇ ଆଲୋଚନା କରିଛନ୍ତି। ତାଙ୍କ କହିବା କଥା ଫିଲ୍ମ ଯେପରି ପରଦାକୁ ଆସିବା କଥା ଠିକ୍ ସେମିତି ଆସିବ।
Powered by Froala Editor