ଅବକାରୀ ନୀତି ମାମଲା : ଚାର୍ଜସିଟରେ ଆପ୍ ସାଂସଦ ରାଘବ ଚଢ଼ାଙ୍କ ନାମ

ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀର ଅବକାରୀ ନୀତି ମାମଲାରେ ଆପ୍ ସାଂସଦ ରାଘବ ଚଢ଼ାଙ୍କ ନାମ ଉଲ୍ଲେଖ କରିଛି। ଏହି ମାମଲାରେ ଇଡି ପକ୍ଷରୁ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ କରାଯାଇଛି। ଇଡିର ଏହି ଚାର୍ଜସିଟରେ ଅନେକ ବଡ଼ ଖୁଲାସା ହୋଇଛି।
ମନୀଷ ସିସୋଦିଆଙ୍କ ପୂର୍ବତନ ସଚିବ ସି ଅରବିନ୍ଦ ତଦନ୍ତକାରୀ ସଂସ୍ଥା ଇଡିକୁ ସୂଚନା ଦେଇ କହିଛନ୍ତି ଯେ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ଏକ ବୈଠକରେ ରାଘବ ଚଢ଼ା ଉପସ୍ଥିତ ଥିଲେ। ପୁନଶ୍ଚ ସି ଅରବିନ୍ଦ ଦେଇଥିବା ସୂଚନା ଅନୁଯାୟୀ ଏହି ବୈଠକରେ ପଞ୍ଜାବର ଅବକାରୀ କମିସନର ବରୁଣ ରୋଜାମ, ମାମଲାର ଅଭିଯୁକ୍ତ ବିଜୟ ନାୟର ଏବଂ ପଞ୍ଜାବ ଅବକାରୀ ନିର୍ଦ୍ଦେଶାଳୟର ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ତଥ୍ୟକୁ ଆଧାର କରି ଇଡି ରାଘବ ଚଢ଼ାଙ୍କ ନାମ ଚାର୍ଜସିଟରେ ଉଲ୍ଲେଖ କରିଛି। ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଏମାନଙ୍କ ନାଁ ରହିଥିଲେ ମଧ୍ୟ ଦୁଇ ସାଂସଦଙ୍କୁ ଘଟଣାର ଅଭିଯୁକ୍ତ ଭାବେ ଦର୍ଶାଯାଇ ନାହିଁ।
Powered by Froala Editor