କୃତକାର୍ଯ୍ୟ ନହେବାରୁ ୯ ଛାତ୍ରଛାତ୍ରୀ ଆତ୍ମହତ୍ୟା
ଆନ୍ଧ୍ରପ୍ରଦେଶରେ ୨ ଦିନ ମଧ୍ୟରେ ନଅ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ଆନ୍ଧ୍ର ପ୍ରଦେଶ ବୋର୍ଡ ରିଜଲ୍ଟ ବାହାରିବାର ୪୮ ଘଣ୍ଟା ମଧ୍ୟରେ ଏହି ଛାତ୍ରମାନେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ପରୀକ୍ଷାରେ ଅସଫଳ ହେବା କାରଣରୁ ଏମାନେ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ଦେଶର ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ ଗତ ଫେବୃୟାରୀରେ ଛାତ୍ରମାନଙ୍କ ଆତ୍ମହତ୍ୟାକୁ ନେଇ ଚିନ୍ତା ପ୍ରକଟ କରିଥିଲେ।
ସୂଚନାଯୋଗ୍ୟ, ଆନ୍ଧ୍ର ପ୍ରଦେଶର ବୋର୍ଡ ଅଫ ଇଣ୍ଟରମିଡିଏଟ ପରୀକ୍ଷା ଏକାଦଶ ଓ ଦ୍ୱାଦଶ ଶ୍ରେଶୀର ଫଳାଫଳ ବୁଧବାର ପ୍ରକାଶ ପାଇଥିଲା। ଆନ୍ଧ୍ର ପ୍ରଦେଶ ବୋର୍ଡ ପରୀକ୍ଷାରେ ଚଳିତ ବର୍ଷ ପ୍ରାୟ ୧୦ଲକ୍ଷ ପରୀକ୍ଷାର୍ଥୀ ସାମିଲ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଯୁକ୍ତ ୨ ପ୍ରଥମ ବର୍ଷରେ ପାସ୍ ହାର ୬୧% ଥିବା ବେଳେ ଦ୍ୱିତୀୟ ବର୍ଷ ପାସ୍ହାର ୭୨% ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ମିଶାଇ ପ୍ରାୟ ୯ ଜଣ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆଉ ଏମାନେ ସମସ୍ତେ ପରୀକ୍ଷାରେ କୃତକାର୍ଯ୍ୟ ନ ହେବାରୁ ଏମିତି ପଦକ୍ଷେପ ନେଇଥିବା କୁହାଯାଉଛି।
Powered by Froala Editor