ବାତ୍ୟାର ଆଖି ୪୦ କିଲୋମିଟର

ଭୁବନେଶ୍ୱର : ବାହନଗା ଓ ବାସୁଦେବପୁରର ମଧ୍ୟବର୍ତୀ ଅଂଚଳରେ ବାତ୍ୟା ୟଶ ସ୍ଥଳଭାଗ ଛୁଇଁଛି । ସ୍ଥଳଭାଗ ଛୁଇଁବା ମାତ୍ରେ ବର୍ଷା ଓ ପବନ ବି ବଢ଼ିଯାଇଛି । ପୂର୍ବରୁ ମଧ୍ୟାହ୍ନରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଥିଲେ ବି ତାହା ସକାଳ ୯ଟାରେ ଲ୍ୟାଣ୍ଡଫଲ କରିଛି ।
ଏହି ବାତ୍ୟାର ଆଖି ପ୍ରାୟ ୪୦ କିଲୋମିଟର ରହିଛି । ଅର୍ଥାତ ଯେଉଁ ଅଂଚଳରେ ବାତ୍ୟା ସ୍ଥଳଭାଗ ଛୁଇଁବ ତାହାର ୪୦ କିଲୋମିଟର ଅଂଚଳରେ ଏହାର ପ୍ରଭାବ ପରିଲକ୍ଷିତ ହେବ । ବିଶେଷକରି ଦକ୍ଷିଣ ପଶ୍ଚିମ ପାଶ୍ୱର୍ରେ ବାତ୍ୟାର ପ୍ରଭାବ ବେଶୀ ଦେଖିବାକୁ ମିଳୁଛି । ପ୍ରାୟ ୧୨ରୁ ୧୫ ଘଂଟା ଧରି ବାତ୍ୟା ତାହାର ପ୍ରକୋପ ଦେଖାଇବା ପରେ ଦୁର୍ବଳ ହେବବୋଲି ଆକଳନ କରାଯାଇଛି ।
ବାଲେଶ୍ୱର ଅଂଚଳରେ ବାତ୍ୟା ୟଶ ପ୍ରକୋପ ଦେଖାଇବା ପରେ ଏବେ ମୟୂରଭଞ୍ଜ ଆଡକୁ ମୁହାଁଇଛି । ଘଂଟା ପ୍ରତି ୧୭ କିମି ବେଗରେ ବାତ୍ୟା ୟଶ ଗତି କରୁଥିବାବେଳେ ଅପରାହ୍ନ ବେଳକୁ ମୟୂରଭଞ୍ଜରେ ଏହାର ପ୍ରଭାବ ଦେଖିବାକୁ ପଡ଼ିବ ବୋଲି ଆକଳନ କରାଯାଉଛି । ଦିନ ୧ଟାରେ ଏହାର ଲ୍ୟାଣ୍ଡଫଲ ପ୍ରକି୍ରୟା ଶେଷ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
Powered by Froala Editor