ମେ ୧ରୁ ଶିରଡି ସାଇ ମନ୍ଦିର ବନ୍ଦ
ଅହମ୍ମଦନଗର-ମନମାଡ ଜାତୀୟ ରାଜମାର୍ଗର ଶିରିଡରେ ରହିଛି ପ୍ରସିଦ୍ଧ ସାଇ ମନ୍ଦିର। ତେବେ ଶିରଡି ଗ୍ରାମବାସୀ ସିଆଇଏସଏଫ ମୁତୟନକୁ ବିରୋଧ କରୁଛନ୍ତି। ଗ୍ରାମବାସୀଙ୍କ ଏହି ବିରୋଧ ଯୋଗୁ ମେ ୧ ତାରିଖରୁ ଭକ୍ତଙ୍କ ନିମନ୍ତେ ସାଇବାବାଙ୍କ ମନ୍ଦିର ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ। ମେ ୧ ତାରିଖରୁ ମନ୍ଦିର ବନ୍ଦ ଘୋଷଣା ଶ୍ରଦ୍ଧାଳୁଙ୍କୁ ଅସୁବିଧାରେ ପକାଇଛି।
ସୂଚନାଯୋଗ୍ୟ, ବିଶ୍ୱର କୋଟି କୋଟି ଲୋକ ସାଇବାବାଙ୍କ ଉପରେ ବିଶ୍ୱାସ କରିଥାନ୍ତି। ଏହି ମନ୍ଦିରକୁ ଭକ୍ତମାନେ ବହୁତ ଦାନ କରିଥାନ୍ତି। ଏହି ମନ୍ଦିରକୁ ଆସୁଥିବା ଦାନ ପ୍ରାୟତଃ ଚର୍ଚ୍ଚାର ବିଷୟ ହୋଇ ରହିଥାଏ। କିନ୍ତୁ ସାଇ ବାବାଙ୍କ ମନ୍ଦିରରେ ସିଆଇଏସ୍ଏଫ୍ ମୁତୟନକୁ ନେଇ ବିରୋଧ କରାଯାଉଛି। ଶିରିଡ଼ି ମନ୍ଦିରରେ ରହୁଥିବା ଲୋକମାନେ ସେଠାରେ ସିଆଇଏସ୍ଏଫ୍ ନିୟୋଜନକୁ ନେଇ ଖୁସି ନୁହନ୍ତି। ଏଭଳି ପରିସ୍ଥିତିରେ ବାବାଙ୍କ ମନ୍ଦିର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେବାର ଘୋଷଣା ଶ୍ରଦ୍ଧାଳୁଙ୍କ ମନରେ କୁଠାରଘାତ ସୃଷ୍ଟିକରିଛି।
Powered by Froala Editor