ମୟୂରଭଞ୍ଜ ଆଡକୁ ମୁହାଁଉଛି ବାତ୍ୟା ‘ୟଶ’
ଭୁବନେଶ୍ୱର : ବାହନଗା ଓ ବାସୁଦେବପୁରର ମଧ୍ୟବର୍ତୀ ଅଂଚଳରେ ବାତ୍ୟା ୟଶ ସ୍ଥଳଭାଗ ଛୁଇଁଛି । ସ୍ଥଳଭାଗ ଛୁଇଁବା ମାତ୍ରେ ପବନର ବେଗ ବଢ଼ିବା ସହ ବର୍ଷା ବି ବଢ଼ିଯାଇଛି । ବାଲେଶ୍ୱର ଅଂଚଳରେ ବାତ୍ୟା ୟଶ ପ୍ରକୋପ ଦେଖାଇବା ପରେ ଏବେ ମୟୂରଭଞ୍ଜ ଆଡକୁ ମୁହାଁଇଛି । ଘଂଟା ପ୍ରତି ୧୭ କିମି ବେଗରେ ବାତ୍ୟା ୟଶ ଗତି କରୁଥିବାବେଳେ ଅପରାହ୍ନ ବେଳକୁ ମୟୂରଭଞ୍ଜରେ ଏହାର ପ୍ରଭାବ ଦେଖିବାକୁ ପଡ଼ିବ ବୋଲି ଆକଳନ କରାଯାଉଛି ।
ଦିନ ୧ଟାରେ ଏହାର ଲ୍ୟାଣ୍ଡଫଲ ପ୍ରକି୍ରୟା ଶେଷ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ସକାଳ ୯ଟାରୁ ବାତ୍ୟା ଲ୍ୟାଣ୍ଡଫଲ କରିଥିବା ନେଇ ଆଇଏମଡ଼ି ପକ୍ଷରୁ ସୂଚନା ଦିଆଯାଇଛି । ବାସୁଦେବପୁରରୁ ବାହାନଗା ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିଥିବା ଜାଣିବାକୁ ମିଳିଛି । ସମ୍ପ୍ରତି ପବନର ବେଗ ୧୩୦ରୁ ୧୪୦ କିମି ରହିଥିବାବେଳେ ପ୍ରବଳ ବର୍ଷା ମଧ୍ୟ ହେଉଛି । ଏବେ ବାତ୍ୟା ବାଲେଶ୍ୱର ଦେଇ ମୟୂରଭଞ୍ଜ ଆଡକୁ ଗତି କରୁଛି । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବାରୁ ଅନେକ ଅଂଚଳ ଜଳମଗ୍ନ ହୋଇଯାଇଛି । ବାତ୍ୟା ବାଲେଶ୍ୱର ଠାରୁ ୫୦ କିମି ଦୂରରେ ରହିଥିବାବେଳେ ଧାମରା ଠାରୁ ୪୫ କିଲୋମିଟର ଦୂରରେ ରହିଛି ।
ଝଟକା ପବନର ବେଗ ୧୫୫ କିମି ରହିଥିବାବେଳେ ଅନେକ ଗଛ ବି ଉପଡ଼ିଯାଇଛି । ଏଯାବତ ସେଭଳି କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇଥିବା ନେଇ ଖବର ଆସିପାରିନାହିଁ । ବାରିପଦାରେ ସର୍ବାଧିକ ବର୍ଷା ହୋଇଥିବାବେଳେ ୩୦୪ ମିମି ରେକଡର଼୍ କରାଯାଇଛି । ସେହିପରି ଚାନ୍ଦବାଲିରେ ୨୮୮ ମିମି, ରାଜନଗରରେ ୨୭୫ ମିମି ଓ ଏରସମାରେ ୨୭୧ ମିମି ବର୍ଷା ହୋଇଛି ।
Powered by Froala Editor