ରାମନବମୀ ହିଂସାର ତଦନ୍ତ କରିବ NIA

ରାମ ନବମୀ ଅବସରରେ ପଶ୍ଚିମବଙ୍ଗର ହାୱଡ଼ା, ହୁଗଲୀ ଓ ଡାଲଖୋଲାରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିବା ବେଳେ କୋଲକାତା ହାଇକୋର୍ଟ ଏହାର ଏନ୍ଆଇଏ (NIA) ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ହାଓ୍ବଡାରେ ରାମନବମୀ ସମାରୋହ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଟେକା ପଥର ମାଡ଼ ସହ ଅନେକ ଗାଡ଼ି ପୋଡ଼ି ହୋଇଥିବା ବେଳେ ଅନେକ ଦୋକାନ ମଧ୍ୟ ନଷ୍ଟ ହୋଇଥିଲା । ଆଜି କୋଲକାତା ହାଇକୋର୍ଟ ମାମଲାର ଶୁଣାଣି କରି NIA ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ରାମନବମୀରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକାଣ୍ଡର ଏନଆଇଏ ତଦନ୍ତ ଦାବି କରି ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ କୋଲକାତା ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ତା’ ଉପରେ ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି।
Powered by Froala Editor