ଦାନ୍ତଓ୍ବୋଡାରେ ମାଓବାଦୀ ହମ୍ଲା : ୧୧ DRG ସହିଦ

ଛତିଶଗଡ ଦାନ୍ତଓ୍ବୋଡାରେ ବଡ ଧରଣର ମାଓବାଦୀ ଆକ୍ରମଣ ହୋଇଛି। ଏହି ହମ୍ଲାରେ ୧୧ ଯବାନ ସହିଦ ହୋଇଥିବା ଜଣାପଡିଛି। ମାଓବାଦୀଙ୍କ IED ବିସ୍ଫୋରଣରେ ୧୧ DRG ସହିଦ ହୋଇଥିବା ସୂଚନା ମିଳିଛି।
କୁହାଯାଉଛି କି ମାଓବାଦୀମାନେ ଦାନ୍ତଓ୍ବୋଡାର ଅରନପୁର ଜଙ୍ଗଲରେ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ବିସ୍ଫୋରଣ କରି ଯବାନଙ୍କ ଭ୍ୟାନ୍ ଉଡ଼ାଇଦେଲେ । ଅପରେସନ୍ ପାଇଁ ଯିବାବେଳେ ଯବାନଙ୍କୁ ଆମ୍ବୁସ୍ ଲଗାଇ ହମ୍ଲା କରାଯାଇଥିଲା।
ଡିଆରଜି ଯବାନଙ୍କ ମାଓବାଦୀ ବିରୋଧୀ ଅପରେସନ ବେଳେ ଏହି ହମଲା ହୋଇଛି । ଆକ୍ରମଣରେ କିଛି ଯବାନ ଆହତ ହୋଇଥିବା ନେଇ ସୂଚନା ଦିଆଯାଇଛି । ଏହାସହ ସର୍ଚ୍ଚ ଅପରେସନ୍ ଜାରି ରହିଛି।
ମାଓବାଦୀ ଆକ୍ରମଣ ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ବହୁତ ଦୁଃଖଦାୟକ। ଶୋକ ସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା। ଏହି ଲଢେଇ ଏବେ ଶେଷ ଭାଗରେ ପହଞ୍ଚିଛି। ଯବାନଙ୍କ ବଳିଦାନ ବେକାର ଯିବନାହିଁ।
Powered by Froala Editor