କରୋନା ନେଲା ୨୯ ଜୀବନ

ନୂଆଦିଲ୍ଲୀ: ଦେଶରେ କରୋନାରେ ଆକ୍ରାନ୍ତ ଲୋକଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ଭିତରେ ୯ ହଜାର ୬୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର ସୂଚନା ଦେଇଛି।
ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ୩୧ ହଜାର ୩୯୮କୁ ବୃଦ୍ଧି ପାଇଛି। କରୋନାରେ ମୃତ ୨୯ ଜଣଙ୍କ ଭିତରୁ ୬ ଜଣ ଦିଲ୍ଲୀରୁ ଥିବା ବେଳେ ୩ ଜଣ ଲେଖାଏଁ ମହାରାଷ୍ଟ୍ର ଓ ରାଜସ୍ଥାନର ରହିଛନ୍ତି। ସେହିପରି ହରିୟାନା ଓ ଉତ୍ତରପ୍ରଦେଶରୁ ଦୁଇଜଣ ଲେଖାଏଁ, ଜଣେ ଲେଖାଏଁ ଓଡ଼ିଶା, ଗୁଜୁରାଟ ଓ ଛତିଶଗଡ଼ରୁ ଅଛନ୍ତି। କେରଳରୁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟରୁ ଜଣାପଡ଼ିଛି।
ରିପୋର୍ଟରୁ ଆହୁରି ଜଣାପଡ଼ିଛି ଯେ, ଗତ ୨୪ ଘଣ୍ଟା ଭିତରେ ୧୧ ହଜାର ୯୬୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେଣୁ ଦେଶରେ ଏ ପର୍ୟ୍ୟନ୍ତ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪ କୋଟି ୪୩ ଲକ୍ଷ ୨୩ ହଜାର ୪୫ ଜଣ ସୁସ୍ଥ ହୋଇଛନ୍ତି। କରୋନାରେ ଆକ୍ରାନ୍ତ ହେବା ପରେ ସୁସ୍ଥ ହେବା ପ୍ରତିଶତ ୯୮.୬୮ ଥିବା ବେଳେ ମୃତକଙ୍କ ପ୍ରତିଶତ ୧.୧୮।ସୂଚନା ଥାଉକି, ଗତକାଲି ୬ ହଜାର ୬୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ପୂର୍ବଦିନ ୭ ହଜାର ୧୭୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
Powered by Froala Editor