ସିବିଆଇ ମୁଖ୍ୟ ହେଲେ ସୁବୋଧ ଜୟସ୍ବାଲ

ସିବିଆଇ ସ୍ଥାୟୀ ନିର୍ଦ୍ଦେଶକ ହେଲେ ୧୯୮୫ ବ୍ୟାଚ ମହାରାଷ୍ଟ୍ର କ୍ୟାଡର ଆଇପିଏସ ଅଧିକାରୀ ତଥା ସିଆଇଏସଏଫ ମୁଖ୍ୟ ସୁବୋଧ ଜୟସ୍ବାଲ । ତାଙ୍କ କାର୍ୟ୍ୟକାଳ ଦୁଇବର୍ଷ ପାଇଁ ରହିବ । ଏହା ପୂର୍ବରୁ ସେ ମୁମ୍ବାଇ ପୋଲିସ କମିଶନର ତଥା ମହାରାଷ୍ଟ୍ର ଡିଜିପି ଥିଲେ।
ମହାରାଷ୍ଟ୍ରରେ ଥିବାବେଳେ ଜୟସୱାଲ କୁଖ୍ୟାତ ତେଲଗି ସ୍କାମର ଯାଞ୍ଚ କରିଥିଲେ। ପରବର୍ତ୍ତି ସମୟରେ ଏହି ମାମଲା ସିବିଆଇ ନେଇଥିଲା। ସେତେବେଳେ ଜୟସ୍ୱାଲ ରାଜ୍ୟ ରିଜର୍ଭ ପୋଲିସ ଫୋର୍ସର ନେତୃତ୍ୱ ନେଉଥିଲେ। ପରେ ସେ ମହାରାଷ୍ଟ୍ର ଏଟିଏସରେ ଯୋଗ ଦେଇଥିଲେ ଏବଂ ପ୍ରାୟ ଏକ ଦଶନ୍ଧି ଧରି ରିସର୍ଚ୍ଚ ଏବଂ ଆନାଲିସିସ୍ ୱିଙ୍ଗରେ କାର୍ଯ୍ୟ କରିଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ସୁବୋଧଙ୍କ ନାମରେ ମୋହର ଲାଗିଥିଲା ।
ଇଣ୍ଟେଲିଜେନ୍ସ ବ୍ୟୁରୋ ଏବଂ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗରେ ତାଙ୍କର ଦୀର୍ଘ ସମୟର ଅଭିଜ୍ଞତା ରହିଛି। ହେଲେ ଦୀର୍ଘ ଭାରତୀୟ ପୋଲିସ ଚାକିରୀ ଭିତରେ ସେ କେବେ ସିବିଆଇରେ ସେବା କରିବାର ସୁଯୋଗ ପାଇପାରି ନଥିଲେ।
Powered by Froala Editor