ଟ୍ରାଇବାଲ ଭ୍ଲଗର ରାଣୀ ସିଂ, ମାସକୁ ଇନକମ୍ ୨୦ରୁ ୩୦ ହଜାର
ୟୁଟ୍ୟୁବରେ ଏବେ ଟ୍ରେଣ୍ଡ କରୁଛି ଗାଁ ଗହଳି ଚଳଣି । ସେମାନଙ୍କ ଖାଦ୍ୟପେୟ । ଦିନଚର୍ଯ୍ୟା । ଏଭଳି ଭିଡିଓ ଜରିଆରେ କିଛି ଦିନ ତଳେ ଇସାକ ମୁଣ୍ଡା ନାମକ ଜଣେ ଯୁବକ ଛାଇ ଯାଇଥିଲେ । ଇସାକ ଭଳି ଏବେ ରାଣୀ ସିଂ ନାମକ ଛାତ୍ରୀ ୟୁଟ୍ୟୁବର ବନିଯାଇଛନ୍ତି । ତାଙ୍କର ଦିନଚର୍ଯ୍ୟା ଓ ଖାଦ୍ୟର ଭିଡିଓରେ ଲକ୍ଷ ଲକ୍ଷ ଲାଇକ, କମେଣ୍ଟ ଆସଛି । ଏଥିପାଇଁ ସେ ମାସକୁ ୨୦ରୁ ୩୦ ହଜାର ଟଙ୍କା ମଧ୍ୟ ଇନକମ୍ କରୁଛନ୍ତି ।
ରାଣୀ ସିଂ ଦଶମ ଶ୍ରେଣୀରେ ପାଠ ପଢନ୍ତି । କିନ୍ତୁ ଆର୍ଥିକ ଅନଟନରେ ଗତି କରୁଥିବା ନିଜ ପରିବାର ପାଇଁ ରାଣୀ ଏବେ ସାହାରା ପାଲଟିଛନ୍ତି । ୟୁଟ୍ୟୁବରେ ଭିଡିଓ ଅପଲୋଡ କରି ସେ ଏବେ ରୋଜଗାରକ୍ଷମ ହୋଇପାରିଛନ୍ତି । ଦିନେ କେମିତି ପାଠ ପଢିବା ପାଇଁ ସ୍ବପ୍ନ ଦେଖୁଥିବା ରାଣୀ ଏବେ ୟୁଟ୍ୟୁବରୁ ଆସୁଥିବା ଟଙ୍କାରେ ନିଜ ଭାଇ ଭଉଣୀଙ୍କୁ ପଢାଇବା ସହ ନିଜେ ପାଠ ପଢୁଛନ୍ତି ।
ଯାଜପୁର ବାଣପୁର ଅଞ୍ଚଳରେ ଭଡା ନେଇ ରହୁଛନ୍ତି ପିତାମ୍ବର ସିଂ ଓ ତାଙ୍କ ପରିବାର । ତାଙ୍କ ଝିଅ ରାଣୀ ଦଶମ ଶ୍ରେଣୀରେ ଉପେନ୍ଦ୍ର କୁମାର ହାଇସ୍କୁଲରେ ପାଠ ପଢିବା ସହ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଟ୍ରାଇବାଲ ଭ୍ଲଗର ରାଣୀ ନାମରେ ଖୋଲିଥିଲେ। ସେଥିରେ ଆଦିବାସୀ ଜନଜାତିର ଚଳଣି, ଖାଦ୍ୟପେୟ, ନୃତ୍ୟ ଗୀତ ଅପଲୋଡ଼ କରୁଥିଲେ । ଇତିମଧ୍ୟରେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ୨ ଲକ୍ଷରୁ ୧୮ହଜାରରୁ ଊର୍ଦ୍ଧ୍ବ ସବସକ୍ରାଇଭର ହେଲେଣି। ଯାହାକୁ ନେଇ ସେ ମାସିକ ୨୦ରୁ ୩୦ ହଜାର ଟଙ୍କା ମଧ୍ୟ ରୋଜଗାର କରିପାରୁଛନ୍ତି ।
Powered by Froala Editor