ଡାକ୍ତରଖାନାରେ କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ
ଶନିବାର ସନ୍ଧ୍ୟାରେ କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡି(ଏସ୍) ନେତା ଏଚ୍ଡି କୁମାରସ୍ୱାମୀଙ୍କୁ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ,ଶନିବାର ସନ୍ଧ୍ୟାରେ ଏଚ୍ଡି କୁମାରସ୍ୱାମୀ କ୍ଳାନ୍ତ ଓ ଦୁର୍ବଳ ଅନୁଭବ କରୁଥିବା କହିଥିଲେ। ଏହାପରେ ସଙ୍ଗେସଙ୍ଗେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ।ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଅଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଛି। ଗତକାଲି ଡାକ୍ତରଖାନାରେ ଭର୍ତ୍ତି ହେଲା ବେଳେ କୁମାରସ୍ୱାମୀଙ୍କ ଦେହରେ ଜ୍ୱର ମଧ୍ୟ ଥିଲା ବୋଲି ଜଣାପଡ଼ିଛି। ପୂର୍ବରୁ ଏଚ୍ଡି କୁମାରସ୍ୱାମୀଙ୍କ ହୃଦୟ ଅସ୍ତ୍ରୋପଚାର ହୋଇଥିବା ଜଣାପଡ଼ିଛି।
Powered by Froala Editor