ରାଜ୍ୟରେ ୨୪ ଘଣ୍ଟାରେ ୫୦୨ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ଦେଶରେ ବେଶ୍ କିଛି ଦିନ ତଳୁ ଦୈନିକ କରୋନା ସଂକ୍ରମଣ ୧୦ ହଜାର ପାର କରି ସାରିଥିବା ବେଳେ ଓଡ଼ିଶାରେ ଏବେ ଏହା ୫୦୦ ଅତିକ୍ରମ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୦୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ୬୬୧୬ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସେଥରୁ ୫୦୨ଟି ପଜିଟିଭ ଆସିଛି। ଏହା ସହିତ ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୨୬କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ଆଉ ୨୭୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।
ଦେଶରେ ଗତ ୨୪ ଘଣ୍ଟାରେ ୧୦,୧୧୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶନିବାର ଆସିଥିବା ରିପୋର୍ଟ ତୁଳନାରେ ଏହି ସଂଖ୍ୟା କମ୍ ରହିଛି। ଶନିବାର ଆସିଥିବା ରିପୋର୍ଟରେ ୧୨,୧୯୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଇଥିଲା। ତେବେ ଆଉ ୧୦,୧୧୨ଟି ପଜିଟିଭ ମାମଲା ଆସିବା ସହିତ ଦେଶରେ ଚିକିତ୍ସାଧୀନ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭,୮୦୬କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୯,୮୩୩ ଜଣ ସୁସ୍ଥ ହୋଇଛନ୍ତି।
Powered by Froala Editor