ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ

ଭୁବନେଶ୍ୱର: ଆଗକୁ ୨୦୨୪ ନିର୍ବାଚନ । ଏହା ପୂର୍ବରୁ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡ଼ିଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଭିନ୍ନ ସଭାସମିତିରେ ଯୋଗଦେଉଥିବା ନିକଟରେ ନଜର ଆସୁଥିଲା । ୨୦୨୪ ନିର୍ବାଚନ ପାଇଁ ସେ ପୁଣି କ୍ଷେତ୍ର ପ୍ରସ୍ତୁତ କରୁଥିବା କୁହାଯାଉଥିଲା ତେବେ ଏହା ଭିତରେ ପୁଣି ତାଙ୍କୁ ଭିଜଲାନ୍ସ ଝଟକା ଦେଇଛନ୍ତି । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରାଯାଇଛି । ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଥିବା ସୂଚନା । ଚାର୍ଜସିଟରେ ୯ କୋଟି ୧୮ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ରହିଛି । ଲୋକାୟୁକ୍ତଙ୍କ ଅନୁମତି ପରେ ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ ।
Powered by Froala Editor